ଅଜଣା ଗାଡ଼ି ଧକ୍କାରେ ୨ ମୃତ

କଣ୍ଟିଗଡ଼ିଆ : ଧର୍ମଶାଳା ଥାନା ଅନ୍ତର୍ଗତ ୫(କ) ନମ୍ବର ଜାତୀୟ ରାଜପଥର କଣ୍ଟିଗଡ଼ିଆ ଛକ ନିକଟରେ ଆଜି‌ ରାତିରେ ୨ ଜଣ ଯୁବକଙ୍କର ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ହେଲେ ଏହି ଥାନା ଅନ୍ତର୍ଗତ ନେଉଳପୁର ଗ୍ରାମର ଗଣେଶ୍ବର ରାମଙ୍କ ପୁଅ ସୌମେନ୍ଦ୍ର(୨୪) ଓ ଟୁଲୁ ମହାନ୍ତିଙ୍କ ପୁଅ ସନ୍ଦିପ୍ତ(୨୫)। ସୌମେନ୍ଦ୍ର ଓ ସନ୍ଦିପ୍ତ ଆଜି ରାତି ପ୍ରାୟ ସାଢ଼େ ନ’ଟା ‌ବେଳେ ବାଇକ୍‌ରେ ଓଳାଶୁଣୀ ମେଳାରୁ ଘରକୁ ଫେରୁଥିଲା ବେଳେ ଏହି ଦୁର୍ଘଟଣା ‌ଘଟିଥିଲା।

ସମ୍ବନ୍ଧିତ ଖବର