ପାଣି ଟ୍ୟାଙ୍କର ଓଲଟି ୨ ମୃତ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡାର ଡାଇକ-୧ ଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କାମରେ ନିୟୋଜିତ ଗୋଟିଏ ପାଣି ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଦ୍ବୟ ହେଲେ ଟନେଲ କ୍ୟାମ୍ପ ଅଞ୍ଚଳର ଡ୍ରାଇଭର ସନ୍ନ୍ୟାସୀ ଖିଲ (୨୨) ଏବଂ ପରଜାଗୁଡ଼ାର ଲୁକୁ ମୁଦୁଲି (୨୨)।

ସୂଚନା ଅନୁଯାୟୀ, ନକ୍ସଲ ଅଧ୍ୟୁଷିତ ଚିତ୍ରକୋଣ୍ଡା ବ୍ଲକର ଡାଇକ-୧ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବର୍ତମାନ ରାସ୍ତା କାମ ଚାଲିଛି। ଏହି କାମ ପାଇଁ ଗୋଟିଏ ପାଣି ଟ୍ୟାଙ୍କର ନିୟୋଜିତ ହୋଇଥିଲା। ତେଣୁ ସନ୍ନ୍ୟାସୀ ଏବଂ ଲୁକୁ ଉକ୍ତ ଟ୍ୟାଙ୍କରକୁ ନେଇ ଆଜି ସକାଳେ ଯିବା ସମୟରେ ରାସ୍ତାରେ ଭାରସାମ୍ୟ ହରାଇ ଗୋଟିଏ ପଟକୁ ଓଲଟି ଯାଇଥିଲା। ଯାହାଫଳରେ ତଳେ ଚାପି ହୋଇ ଦୁହିଁଙ୍କର ମୃତ୍ୟୁ ହୋଇଥିଲା। ଚିତ୍ରକୋଣ୍ଡା ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର