ଅଜଣା ଗାଡ଼ି ଧକ୍କାରେ ୨ ମୃତ

ବିଷମକଟକ : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପଟ୍ଟାମୁଣ୍ତା ଗ୍ରାମ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ବୁଧବାର ମଧ୍ୟାହ୍ନରେ କାଙ୍କୁବାଡି ପଞ୍ଚାୟତ ଅନ୍ତର୍ଗତ ଘୋଷପାଡି ଗ୍ରାମର ବୁରୁଜୁ ହିକକା(୨୫) ଏବଂ ଅମ୍ବାଦଳା ଗ୍ରାମର ବସନ୍ତ ପିରିବାକା (୪୦) ମୁନିଗୁଡା ଅଭିମୁଖେ ବାଇକ ଯୋଗେ ଯାଉଥିଲେ। ପଟ୍ଟାମୁଣ୍ତା ନିକଟରେ ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଦୁର୍ଘଟଣା ଘଟାଇଥିବା ଉକ୍ତ ଗାଡ଼ିର ବେଗ ଏତେ ରହିଥିଲା ଯେ ବାଇକୁ ଧକ୍କା ଦେବା ପରେ ବି ଅଟକି ନଥିଲା। ଦୁଇ ବାଇକ ଆରୋହୀ ଛିଟିକି ରାସ୍ତା ମଝିରେ ପଡ଼ି ରହିଥିବା ବେଳେ ବାଇକ ପ୍ରାୟ ୨କିଲୋମିଟର ପର୍ଯ୍ୟନ୍ତ ଘୋଷାରି ହୋଇ ଚାଲି ଯାଇଥିଲା। ଦୁର୍ଘଟଣା ସଂପର୍କରେ ବିଷମକଟକ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି। ମୃତଦେହକୁ ଚିହ୍ନଟ କରି ପରିବାର ଲୋକଙ୍କୁ ଖବର ଦେବା ସହ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା କରିଛି।

ସମ୍ବନ୍ଧିତ ଖବର