ଭୁବନେଶ୍ୱର: ଫାୟାର ଷ୍ଟେସନ ଛକରେ ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ, ୨ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ବାଇକ୍‌ ଉପରେ ଟ୍ରକ୍‌ ମାଡ଼ିଯିବାରୁ ଶନିବାର ୨ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଭୁବନେଶ୍ୱରର ଅନ୍ୟତମ ବ୍ୟସ୍ତବହୁଳ ସ୍ଥାନ ଫାୟାର ଷ୍ଟେସନ ଛକରେ ଆଜି ଅପରାହ୍ଣରେ ଏକ ବାଇକ ଉପରେ ଦ୍ରୁତଗାମୀ ଟ୍ରକ୍‌ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ  ଗିରିଜା ଶଙ୍କର ପରିଡ଼ା ଓ ଚନ୍ଦ୍ରାଂଶୁପତି ମିଶ୍ର ନାମରେ ୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ନୟାପଲ୍ଲୀ ପୁଲିସ ସୂଚନା ପାଇଁ ଅଳ୍ପ ସମୟ ମଧ୍ୟରେ ଘଟଣାସ୍ଥଳକୁ ପହଂଚିଥିଲା।

ମାତ୍ର ପୁଲିସ ପହଂଚିବା ବେଲକୁ ଟ୍ରକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗୁରୁତର ସୌମ୍ୟକେତନ ସାହୁ ନାମକ ଛାତ୍ରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଟ୍ରକ୍‌ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ଦୁର୍ଘଟଣା ପରେ ପ୍ରାୟ ଅଧାଘଣ୍ଟା ଯାଏ ଯାତାୟତ ପ୍ରଭାବିତ ହୋଇଛି।

 

ସମ୍ବନ୍ଧିତ ଖବର