ଟ୍ରକ୍‌କୁ ବାଡ଼େଇଲା ସ୍କୁଟି, ଦୁଇ ମୃତ

ସୋର : ସୋର ଥାନା ଅଧୀନ ଜାତୀୟ ୧୬ ନଂ ଜାତୀୟ ରାଜପଥ ତଳନଗର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି। ସେଠାରେ ଯାନ୍ତ୍ରିକ ତ୍ରୁଟିଯୋଗୁ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ସ୍କୁଟିରେ ଯାଉଥିବା ୨ ଯୁବକ ଧକ୍କାଦେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି। ସେମାନେ ହେଉଛନ୍ତି ବାସୁଦେବପୁର ଥାନା କୃଷ୍ଣପୁର ଗ୍ରାମର ଗୋପାଳକୃଷ୍ଣ ରାଉଳ(୨୮) ଓ ନରସିଂହପୁର ଗ୍ରାମର ବଣୁଅ(୨୯)।

ସୂଚନା ଅନୁସାରେ, ଗୋପାଳକୃଷ୍ଣ ଓ ବଣୁଆ ସ୍କୁଟି ନଂ ଓଡି ୨୨ ଏଲ୍‌ ୭୮୧୭ରେ ଆଜି ଅପରାହ୍ନରେ ସୋର ଆଡୁ ଭଦ୍ରକ ଆଡକୁ ଯାଉଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ସ୍କୁଟି ଧକ୍କା ଦେଇଥିଲା। ଫଳରେ ଆରୋହୀ ୨ ଜଣ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହ‌ଞ୍ଚି ସେମାନଙ୍କୁ ଉଦ୍ଧାର କରି ‌ସୋର ଡାକ୍ତରଖାନାକୁ ଆଣିଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସୋର ପୁଲିସ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରିଛି।

ସମ୍ବନ୍ଧିତ ଖବର