ଟ୍ରକ୍‌ ଧକ୍କାରେ ୨ ମୃତ, ଜଣେ ଗୁରୁତର

ସାଲେପୁର : ଗୁରୁବାର ବିଳମ୍ବିତ ରାତିରେ ସାଲେପୁର ନିକଟସ୍ଥ ତାରିତୋ-କଟିଲୋ ଠାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଦୁଇଜଣ ସ୍ଥାନୀୟ ଅଞ୍ଚଳର ଦାଇଲୋ ଗାଁର ବୋଲି ଜଣାପଡିଛି। ଆହତ ଯୁବକକୁ ଚିକିତ୍ସା ଲାଗି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ପରେ ଉତ୍ତ୍ୟେକ୍ତ ଲୋକେ ୩ଟି ଟ୍ରକ୍‌ରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ଖବର ପାଇଁ ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଜାରି ରଖିଛନ୍ତି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର