ଡେଙ୍ଗୁରେ ଆଉ ୨ଜଣଙ୍କ ମୃତ୍ୟୁ

କଟକ : ଏସ୍‌ସିବି ମେଡିକାଲ୍‌ରେ ଡେଙ୍ଗୁରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ତିଗିରିଆର ପଞ୍ଚାନନ ଦାସ (୬୦)ଙ୍କ ମୃତ୍ୟୁ ହୋଇଥିଲାବେଳେ ଆଜି ଭୁବନେଶ୍ୱର ସାଲିଆ ସାହିର ଦିନବନ୍ଧୁ ଖିଲାରଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଏସ୍‌ସିବିରେ ଡେଙ୍ଗୁ ଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଗତ ୨ ତାରିଖରେ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲାବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସ୍‌ସିବି ମେଡିକାଲ୍‌କୁ ପଠାଯାଇଥିଲା। ଏଠାରେ ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ଭୋର୍‌ ସାଢେ ୪ଟାରେ ତାଙ୍କର ମୃତ୍ୟୁ ହୋଇଥିବା ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍‌ଗୋ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର