ବସ୍‌ରେ ଲାଗିଲା ବିଦ୍ୟୁତ ତାର: ଡ୍ରାଇଭର ଓ କଣ୍ଡକ୍ଟର ମୃତ

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ଉପକଣ୍ଠ ପାଲକାପୁଟ ନିକଟରେ ଆଜି ଅପରାହ୍ନରେ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ବସ୍‌ରେ ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ତାର ଲାଗି ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ବସ୍‌ ଡ୍ରାଇଭର ଡମ୍ବରୁ ଜାନୀ (୩୪) ଏବଂ କଣ୍ଡକ୍ଟର ଟୁନା ପାଢୀ। ତେବେ ଏହି ଘଟଣାରେ ଦୁଇ ହେଲପର ହରିଶ୍ଚନ୍ଦ୍ର କୁମ୍ଭାର (୨୮) ଏବଂ ପଦ୍ମନ ତୋଟାପଢିଆ ଅଳ୍ପକେ ବର୍ତି ଯାଇଥିବା ସୂଚନା ମିଳିଛି। ଘଟଣା ସମୟରେ ଦୁହେଁ ବସ୍‌ ସିଟ୍‌ରେ ଶୋଇ ପଡିଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସିନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର