ବ୍ରହ୍ମପୁର: ଗତକାଲି ବ୍ରହ୍ମପୁରରେ ଏମକେସିଜି ମେଡିକାଲଠାରୁ ମାତ୍ର ଅଧ କିଲୋମିଟର ଦୂରରେ ରାସ୍ତା ଉପରେ ପ୍ରସବ କରିଥିଲେ ଜଣେ ମହିଳା | ସେହି ମହିଳାଙ୍କୁ ପ୍ରସବ କରାଇବାରେ ସହାୟତା କରିଥିବା ଦୁଇ ଡାକ୍ତରଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି।  ଆଜି ଏମକେସିଜି ମେଡିକାଲ କଲେଜର ଅଧୀକ୍ଷକ ଡ଼ ଚରଣ ପଣ୍ଡା ନିଜେ ଉପସ୍ଥିତ ରହି ଦୁଇ ଯୁବ ଡାକ୍ତର ଡ଼ ରୋନକ ଗାନ୍ଧୀ ଏବଂ ଡ଼ ଦେବଦର୍ଶିନୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

Advertisment

ସୂଚନାଯୋଗ୍ୟ ଗତକାଲି  ଏକୁଟିଆ ଥିବା ମହିଳା ଜଣଙ୍କ ଆସି କୋର୍ଟପେଟା ମନ୍ଦିର ନିକଟରେ ଠିଆ ହୋଇଥିଲେ । ହଠାତ ପ୍ରସବ ବେଦନା ଆରମ୍ଭ ହୋଇଯିବା ପରେ ପାଖରେ ଥିବା ମହିଳାମାନେ ଲୁଗା ଘେରାଇ ରାସ୍ତା ଉପରେ ତାଙ୍କର ପ୍ରସବ କରାଇବାର ଚେଷ୍ଟା କରୁଥିଲେ।ଏହି ସମୟରେ  ଏମକେସିଜି ମେଡିକାଲରେ କାମକରୁଥିବା ଦୁଇ ଡାକ୍ତର ଡ଼ ରୋନକ ଗାନ୍ଧୀ ଏବଂ ଡ଼ ଦେବଦର୍ଶିନୀ ସାହୁ ଡାକ୍ତରଖାନାକୁ ଯାଉଥିଲେ।  ସେମାନେ ଘଟଣାସ୍ଥଳରେ ଅଟକିଯାଇ ଏକଥା ଜାଣିବାମାତ୍ରେ ମହିଳାଙ୍କୁ ପ୍ରସବ କରାଇବାରେ ସହାୟତା କରିଥିଲେ  ଦୁଇ ଡାକ୍ତର ଡ଼ ରୋନକ ଗାନ୍ଧୀ ଏବଂ ଡ଼ ଦେବଦର୍ଶିନୀ ସାହୁ ।

publive-image

ଏହାପରେ ଆମ୍ବୁଲାନ୍ସ ଆସିଥିଲା ଓ ମହିଳାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା |ଗଂଜାମ ଜିଲ୍ଲା ପାତ୍ରପୁର ଅଂଚଳର ଏହି ମହିଳା ଜଣକ ହୋଇଥିବାବେଳେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ| ବର୍ତ୍ତମାନ ଉଭୟ ମା ଓ ଝିଅ ସୁସ୍ଥ ଥିବାର ଜଣାପଡିଛି |