ହୀରାକୁଦ: ୨ ଗେଟ୍‌ ଖୋଲା, ଜଳସ୍ତର ୬୧୩.୭୭ ଫୁଟ୍‌

ସମ୍ବଲପୁର : ରବିବାର ସଂଖ୍ୟା ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୩.୭୭ ଫୁଟ୍‌ ରହିଥିଲା। ସେହି ସମୟରେ ଉଭୟ ବାମ ଓ ଡାହାଣ ପାର୍ଶ୍ୱର ଗୋଟିଏ ଲେଖାଏଁ ସ୍ଲୁଇସ୍‌ ଗେଟ୍‌ ଖୋଲାଥିଲା। ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୫୩,୬୩୮ ଘନଫୁଟ୍‌ ପାଣି ପ୍ରବେଶ କରୁଥିଲାବେଳେ ୪୫, ୬୧୬ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ଦୁଇଟି ସ୍ଲୁଇସ୍‌ ଗେଟ୍‌ ଦେଇ ୩୦, ୩୪୨ କ୍ୟୁସେକ୍‌, ପାଓ୍ଵାର ଚାନେଲରେ ୧୧, ୧୪୧ କ୍ୟୁସେକ୍‌, ବିଭିନ୍ନ କେନାଲ୍‌ରେ ୩,୭୮୩ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥା ଗୁଡ଼ିକ ପାଇଁ ୩୫୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ଶନିବାର ସକାଳ ୮ଟା ୩୦ରୁ ରବିବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ବନ୍ଧ ଉପର ମୁଣ୍ଡରେ ୧୧.୨୭ ମିଲିମିଟର ଓ ତଳ ମୁଣ୍ଡରେ ୧୧.୦୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର