ପୋଖରୀରେ ବୁଡ଼ି ୨ ଶିଶୁକନ୍ୟା ମୃତ

ବଡ଼ମ୍ବା : ବଡ଼ମ୍ବା ବ୍ଲକ୍‌ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ୨ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଶିଶୁ କୃଷ୍ଣଚନ୍ଦ୍ରପୁର ବାଉଁଶ ପୋଖରୀ ନିକଟରେ ବସବାସ କରୁଥିବା ଅଶୋକ ସାହୁଙ୍କ ଝିଅ ଶ୍ରାବଣୀ(୩ ବର୍ଷ) ଓ ଦିଲ୍ଲୀପ ସାହୁଙ୍କ ଝିଅ ଜ୍ୟୋତିର୍ମୟୀ(୩ ବର୍ଷ) ବୋଲି ଜଣାପଡ଼ିଛି। ଅପରାହ୍ନରେ ‌ଘରଲୋକଙ୍କ ଅଜାଣତରେ ସେମାନେ ପୋଖରୀ କୂଳକୁ ଆସି ଖେଳୁଥିବା ବେଳେ ଅସାବଧାନତା ଯୋଗୁ ପାଣିରେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି। କିଛି ସମୟ ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଦୁଇ ଶିଶୁଙ୍କୁ ଖୋଜାଖୋଜି କରି ଶେଷରେ ପୋଖରୀରୁ ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ବଡ଼ମ୍ବା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ଶିଶୁଦ୍ବୟଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର