ପୋଖରୀରେ ବୁଡ଼ି ୨ ନାବାଳିକା ମୃତ

ଭଂଜନଗର : ଗଂଜାମ ଜିଲ୍ଲା ଭଂଜନଗର ଥାନା ମୁଜାଗଡ଼ ଗାଁରେ ଆଜି ଅପରାହ୍ନ ୫ଟାରେ ପୋଖରୀରେ ବୁଡ଼ିଯାଇ ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଉଛନ୍ତି ବୁଲୁ ଗୌଡ଼ଙ୍କ ଝିଅ ଯମୁନା ଗୌଡ଼ (୭) ଓ ସୁଶାନ୍ତ ଆଚାରୀଙ୍କ ଝିଅ ଲକି ଆଚାରୀ (୮)। ଉଭୟଙ୍କ ଶବକୁ ଭଂଜନଗର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ୩ଟା ବେଳେ ଯମୁନା ଓ ଲକି ଶୌଚ ପାଇଁ ଗାଁ ହାଟବନ୍ଧ ପୋଖରୀକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ଉଭୟ ବୁଡ଼ିଯାଇଥିଲେ। ଅପରାହ୍ନ ୫ଟାରେ ଉଭୟଙ୍କ ଶବକୁ ପୋଖରୀ ଭିତରୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର