ବୈତରଣୀରେ ଭାସିଗଲେ ୨ ଛାତ୍ରୀ

ଆନନ୍ଦପୁର : ଆନନ୍ଦପୁର ଥାନା କୋଡ଼ପଡ଼ା ନିକଟ ବୈତରଣୀ ନଦୀଘାଟରେ ଆଜି ଦୁଇଜଣ ଛାତ୍ରୀ ଗାଧୋଇବାକୁ ଯାଇ ବୁଡ଼ିଯାଇଛନ୍ତି। ଜଣକର ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ ଅନ୍ୟ ଜଣଙ୍କର ସନ୍ଧାନ ମିଳିପାରିନାହିଁ। ମୃତ ଛାତ୍ରୀ ହେଲେ କୋଡ଼ପଡ଼ା ଗଉଡ଼ଡିହାର ଗିରିଜା ପାତ୍ରଙ୍କ ଝିଅ ଜୟଶ୍ରୀ (୧୦)। ସେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ। ନିଖୋଜ ସପ୍ତମ ଶ୍ରେଣୀ ଛାତ୍ରୀ ହେଉଛନ୍ତି ବୁଦ୍ଧଦେବ ପାତ୍ରଙ୍କ ଝିଅ ପ୍ରୀତିରାଣୀ (୧୨)। ଦୁହେଁ ଆଜି ଦିନ ୧୦ଟାବେଳେ ନିକଟସ୍ଥ ଘାଟରେ ଗାଧୋଇବା ବେଳେ ପ୍ରବଳ ସୁଅରେ ଉଭୟ ଭାସି ଯାଇଥିଲେ।

ସମ୍ବନ୍ଧିତ ଖବର