ଜୟପୁର: କୁନ୍ଦୁଲି କମିସନ୍‌ଙ୍କ ସାକ୍ଷ୍ୟ ଗ୍ରହଣ ଆରମ୍ଭ

ଜୟପୁର: ରବିବାର ଦିନ କୁନ୍ଦୁଲି କମିସନ୍‌ଙ୍କ ନିକଟରେ ଦୁଇ ଜଣ ସରକାରୀ କର୍ମଚାରୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି।

କୋରାପୁଟ ଜିଲ୍ଲାର ଅନ୍ତର୍ଗତ ଜୟପୁରସ୍ଥିତ ଜିଲ୍ଲା ଦୌରାଜଜ୍‌ ଅଦାଲତରେ ପୂର୍ବାହ୍ନ ୧୧ଟା ରୁ ଅପରାହ୍ଣ ୧୨ ଟା ୧୫ ଯାଏଁ ସାକ୍ଷ୍ୟ ଗ୍ରହଣ ଚାଲିଥିବା ସାକ୍ଷ୍ୟ ଗ୍ରହଣରେ ପଟାଙ୍ଗୀ ଆଇଆଇସି ଦେବ କୁମାର ଗମାଙ୍ଗୋ ଏବଂ ତଦନକାରୀ ଅଧିକାରୀ ଏଚ୍‌ଆର୍‌ପିସି ମମତା ପାଣିଗ୍ରାହୀ ଉପସ୍ଥିତ ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ।

ଆସନ୍ତା ରବିବାର ଦିନ ସିଆଇଡି କ୍ରାଇମ୍‌ବ୍ରାଞ୍ଚ୍‌ ଶ୍ରୀମତୀ ଏଲ୍‌. ଆର୍‌. ପଟ୍ଟନାୟକ ଏବଂ ଜୟପୁର ଟାଉନଥାନା ଆଇଆଇସି (ସମ୍ପ୍ରତି ଏସ୍‌ଡିପିଓ ଲକ୍ଷ୍ମୀପୁର) ତପନ ରଥଙ୍କର ସାକ୍ଷ୍ୟ ଗ୍ରହଣ କରାଯିବ।

ସ୍ପେସାଲ୍‌ କାଉସିଲର୍‌ ତଥା କୁନ୍ଦୁଲି କମିସନ୍‌ର ସରକାରୀ ଓକିଲ ପ୍ରଭାକର ପଟ୍ଟନାୟକ ମାମଲାର ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର