ଡାବୁଗାଁ : ବାଇକ୍ ଦୁର୍ଘଟଣାରେ ୨ ଗୁରୁତର, ମେଡିକାଲରେ ଭର୍ତ୍ତି

ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାଝିଗୁଡ଼ା ଗିରିଲା ଛକ ଠାରେ ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଏକ ବାଇକ ଚାଳକ ଭାରସାମ୍ୟ ହରାଇ ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ବୃଦ୍ଧଙ୍କୁ ଧକ୍କା ଦେବାରୁ ଉଭୟେ ରାସ୍ତା କଡ଼ରେ ଛିଟିକି ପଡି ଗୁରୁତର ହୋଇଥିଲେ। ଖବର ପାଇ ଡାବୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ୍ ଚାଳକ ଓ ବୃଦ୍ଧଙ୍କୁ ଉଦ୍ଧାର କରି ୧୦୮ ଆମ୍ୱୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଡାବୁଗାଁ ଥାନା ରାବଣାଗୁଡ଼ା ଗ୍ରାମର କୃଷ ଭତରା (୪୦) ଏକ ବାଇକ୍ ଯୋଗେ ଡାବୁଗାଁରୁ ତା ନିଜ ଗ୍ରାମ ରାବଣା ଗୁଡ଼ା ଫେରୁଥିବା ସମୟରେ ବରକିଗୁଡ଼ା ଗ୍ରାମର ବୃଦ୍ଧ ରଇନୁ ଭତରା (୬୦) ଚାଲି ଚାଲି ନିଜ ଗ୍ରାମକୁ ଯାଉଥିଲା। ବାଇକ୍ ଚାଳକ କୃଷ ଭାରସାମ୍ୟ ହରାଇ ବୃଦ୍ଧ ରଇନୁଙ୍କୁ ଧକ୍କା ଦେବା ଫଳରେ ଉଭୟେ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ଖବର ପାଇ ଡାବୁଗାଁ ପୁଲିସ ଉଭୟଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ବୃଦ୍ଧ ରଇନୁ ଭତରାର ଗୋଡ଼ ଓ ମୁଣ୍ଡରେ ଆଘାତ ଲାଗିଥିବା ବେଳେ କୃଷର ମୁଣ୍ଡରେ ପ୍ରବଳ ଆଘାତ ଲାଗିଛି। ଆତ୍ୟଧିକ ମଦ୍ୟପାନ ହେତୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଡାବୁଗାଁ ପୁଲିସ ଘଟଣା ର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର