ନକ୍ସଲ ଆକ୍ରମଣରେ ୨ ଯବାନ ଆହତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଲିସ-ନକ୍ସଲ ମୁହାଁମୁହିଁ ହେବାରୁ ଉଭୟପଟୁ ଗୁଳି ବିନିମୟ ହୋଇଛି। ଏଥିରେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଯବାନଙ୍କୁ ହେଲିକେପ୍ଟର ଯୋଗେ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସୁକମା ଜିଲ୍ଲାର କିଷ୍ଟରାମ ଏବଂ ଚିନ୍ତାଗୁମ୍ଫା ଅଂଚଳରେ ପ୍ରାୟ ଚାରୋଟି ସ୍ଥାନରେ ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳି ବିନିମୟରେ ବହୁ ନକ୍ସଲ ମୃତ୍ୟୁବରଣ କରିଥିବା ନକ୍ସଲ ଅପରେସନର ସ୍ୱତନ୍ତ୍ର ଡିଜି ଡି.ଏମ ଅବସ୍ତି ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ସାକଲେର, ସାଲକତୋଙ୍ଗ ଏବଂ ତୋଦାମାରକା ଆଦି ଅଂଚଳରେ ଗୁଳି ବିନିମୟ ଘଟିଛି। କିଷ୍ଟରାମ ଅଂଚଳରେ ହୋଇଥିବା ଗୁଳି ବିନିମୟରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ସେମାନେ ହେଲେ ପ୍ଲାଟୁନ କମାଣ୍ଡର ମିଲାପ ସୋରୀ ଏବଂ ସୋଡି ହଡମା।

ସମ୍ବନ୍ଧିତ ଖବର