ଅପରେସନରୁ ଫେରୁଥିବା ବେଳେ ବିସ୍ଫୋରଣ: ୨ ଯବାନ ସହିଦ, ୬ ଗୁରୁତର ଆହତ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମାଓବାଦୀଙ୍କ ତାଣ୍ଡବ

ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୋମବାର ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ୨ଜଣ ଯବାନ ସହିଦ ହୋଇଛନ୍ତି। ସୂଚନା ଅନୁସାରେ ମାଓବାଦୀଙ୍କ ଦ୍ୱାରା କରାଯାଇଥିବା ଏହି ବିସ୍ଫୋରଣ ଯୋଗୁଁ ୬ ଜଣ ଆହତ ହୋଇଛନ୍ତି। ଅପରେସନ ସାରି ବସ୍‌ରେ ୩୦ ଜଣ ଯବାନ କ୍ୟାମ୍ପକୁ ଫେରୁଥିବା ବେଳେ ମାଓବାଦୀମାନେ ବିସ୍ଫୋରଣ କରିଛନ୍ତି।

ବିସ୍ଫୋରଣ ନେଇ ଦକ୍ଷିଣ ବସ୍ତର ଡିଆଇଜି ସୁନ୍ଦରରାଜ ପି କହିଛନ୍ତି, ଏହି ଘଟଣାରେ ଅନ୍ୟ କିଛି ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି, ମାଓବାଦୀମାନେ ୨ଟି ଆଇଡି ବିସ୍ଫୋରଣ କରିଛନ୍ତି। ସିଆରପିଏଫର ୮୫ତମ ବାଟାଲିୟନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୪ରେ ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁରକୁ ଦିନିକିଆ ଗସ୍ତ କରିବା କାର୍ଯ୍ୟକ୍ରମ ଅଛି। ପାନୀୟ ଜଳ ସମସ୍ୟାକୁ ନେଇ ସେ ଜାଙ୍ଗଲାରେ ୪୦ଟି ପରିବାରକୁ ଭେଟିବେ। ଭୀମରାଓ ଆମ୍ବେଦକର ଜୟନ୍ତୀ ଅସବସରରେ ସେ ବିଜାପୁରର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ।

ସମ୍ବନ୍ଧିତ ଖବର