ଫୁଲବାଣୀ : ୨ କିନ୍ନର ଦେଲେ ୫ ହଜାର ଟଙ୍କାର ସହାୟତା

ଫୁଲବାଣୀ : ଓଡ଼ିଶାରେ କରୋନା ଭୂତାଣୁର କ୍ରମବର୍ଦ୍ଦିଷ୍ଣୁ ସଂକ୍ରମଣ ଏବଂ କନ୍ଧମାଳ ଜିଲ୍ଲାବାସୀଙ୍କୁ ଏଥିରୁ ସୁରକ୍ଷା ଦେବା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ, କନ୍ଧମାଳ ଜିଲ୍ଲା ପୁଲିସ୍ ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପୌର ଓ ବିଜ୍ଞାପିତ ଅଞ୍ଝଳ ପରିଷଦ ଏବଂ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ବାହିନୀ ତରଫରୁ ଆବଶ୍ୟକୀୟ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିଛି । ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ଅନୁରୋଧ ପ୍ରକାରେ ଅନେକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା କରିବା ଆରମ୍ଭ କରିଥିବା ପରିପ୍ରେକ୍ଷିରେ କନ୍ଧମାଳ ଜିଲାର ୨ କିନ୍ନର ପାୟଲ ଓ ସୁନିତା ନିଜ ପକ୍ଷରୁ ୫ ହଜାର ଟଙ୍କା ଆଜି ପ୍ରଦାନ କରିଛନ୍ତି । ଫୁଲବାଣୀ ସ୍ଥିତ ପେଜିଂସାହିରେ ରହୁଥିବା ଉଭୟ କିନ୍ନର ଦୀର୍ଘଦିନ ହେଲା ବହୁ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ବେଳେ କିନ୍ନର ମାନଙ୍କର ସମସ୍ୟା ପାଇଁ ମଧ୍ୟ ସେମାନେ ସବୁବେଳେ ଲଢୁଛନ୍ତି । ଆଜି ସେମାନେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କୁ ସାକ୍ଷାତ କରି ଏହି ଟଙ୍କା ପ୍ରଦାନ କରିଥିବା ବେଳେ ପ୍ରଶାସନ ପକ୍ଷରୁ ଉଭୟଙ୍କୁ ମଧ୍ୟ ଧନ୍ୟବାଦ ଦିଆଯାଇଛି । ତେବେ ଅନ୍ୟ କିନ୍ନର ଓ ଅନ୍ୟମାନଙ୍କ ପାଇଁ ଏହିମାନେ ଏବେ ଆଦର୍ଶ ପାଲଟିଛନ୍ତି ।

ସମ୍ବନ୍ଧିତ ଖବର