ଗଙ୍ଗା ମାଡ଼କାମୀ ହତ୍ୟା ଘଟଣାରେ ସଂପୃକ୍ତ ୨ ନକ୍ସଲ ଗିରଫ

ମାଲକାନଗିରି/କାଲିମେଳା : ମାଲକାନଗିରି ଜିଲ୍ଲା ତେଲରାଇ ପଞ୍ଚାୟତ ଅନ୍ତର୍ଗତ ସୁଧାକୋଣ୍ଡା ଗାଁର ଗଙ୍ଗା ମାଡ଼କାମୀ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ୨ନକ୍ସଲଙ୍କୁ ପୁଲିସ ଗିରଫ କରିଛି । ଗତ ବୁଧବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଗୁରୁବାର ଦିନ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଥିଲା। ମାଓବାଦୀଙ୍କ ସଂପୃକ୍ତି ଥିବାନେଇ ସ୍ପଷ୍ଟ ପ୍ରମାଣ ମିଳିବାରୁ ପୁଲିସ ସନ୍ଦିିଗ୍ଧ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଗୁଇନ୍ଦା ବାହିନୀକୁ ନିର୍ଦେଶ ଦିଆଯାଇଥିଲା। ଏହାପରେ ଆଜି ଗୁଇନ୍ଦା ସୂଚନାକୁ ଆଧାର କରି ବିଏସଏଫ ଓ କାଲିମେଳା ପୁଲିସ ସୁଧାକୋଣ୍ଡା ଓ ରାଜୁଲକୋଣ୍ଡା ଜଙ୍ଗଲରେ ପଶିଥିଲେ। ସେଠାରୁ ଏହି ଦୁଇ ନକ୍ସଲ ଧରା ପଡ଼ିଥିଲେ। କିନ୍ତୁ ଗିରଫ ଦୁଇ ମାଓବାଦୀଙ୍କ ପରିଚୟକୁ ପୁଲିସ ଗୋପନ ରଖିଛି। ଆଗକୁ ଟିଆଇ ପ୍ୟାରେଡ ହେବାକୁ ଥିବାରୁ ସେମାନଙ୍କ ପରିଚୟ ପ୍ରକାଶ କରାଯାଇ ନଥିବା କୁହାଯାଇଛି। ଆଜି ମାଲକାନଗିରି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଜଗମୋହନ ମୀନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର