୨ ନିଖୋଜ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

କୋମନା : ନୂଆପଡ଼ା ଜିଲ୍ଲା ଲଖନା ଥାନା ଅଧୀନ ପୁଟକେଲ ପଡ଼ା ଗ୍ରାମରୁ ନିଖୋଜ ଥିବା ୨ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ଗୁରୁବାର ପୁଟକେଲ ପଡା ଗ୍ରାମର ଦୁଇ ଯୁବତୀ ଡମ ମାଝୀଙ୍କ ଝିଅ ପଦ୍ମନୀ ମାଝୀ (୨୨) ଓ ଗଣ୍ଡାରାମ ମାଝୀଙ୍କ ଝିଅ ମୌନାବତୀ ମାଝୀ (୨୦) ନିକଟସ୍ଥ କୁରୁମପୁରୀ ସପ୍ତାହିକ ହାଟକୁ ବଜାର କରିବାକୁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ଘରକୁ ଫେରି ନଥିଲେ। ଏ ନେଇ ଉଭୟ ପରିବାର ପକ୍ଷରୁ ଲଖନା ଥାନରେ ଏତଲା ଦିଆଯାଇଛି। ଶନିବାର ଗାଁ ଠାରୁ ପ୍ରାୟ ୩/୪ କିଲୋମିଟର ଦୂର ପାହାଡ଼ର ଏକ ଗଛରେ ଉଭୟ ପଦ୍ମିନୀ ଓ ମୌନାବତୀଙ୍କ ଶବ ଝୁଲୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର