ଏନ୍‌କାଉଣ୍ଟରରେ ୨ ନକ୍ସଲ ମୃତ

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟି ୨ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ପାମେଡ ଥାନା ଅଂଚଳରେ ଗ୍ରେ-ହାଉଣ୍ଡ ଏବଂ ଜିଲ୍ଲା ପୁଲିସର ମିଳିତ ଭାବେ ଚଢାଉ କରି ନକ୍ସଲ କ୍ୟାମ୍ପକୁ ସଂପୂର୍ଣ୍ଣ ଧ୍ବଂସ କରାଯାଇଛି। ନକ୍ସଲ ଦୁର୍ଗମ ଅଂଚଳରେ କ୍ୟାମ୍ପ କରି ଏକ ବଡ ଧରଣର ଆକ୍ରମଣ ଯୋଜନା କରୁଥିବା ନେଇ ଖବର ପାଇ ପୁଲିସ ଓ ଗ୍ରେ-ହାଉଣ୍ଡ ଯବାନ ମିଳିତ ଭାବେ ଚଢ଼ାଉ କରିଥିଲେ। ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲେ ହେଁ ପୁଲିସର ଗୁଳିକୁ ସାମ୍ନା କରିନପାରି ନକ୍ସଲ ପଛଘୁଞ୍ଚା ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିବା ସମୟରେ ଦୁଇ ଜଣ ନକ୍ସଲଙ୍କ ମୃତ ଦେହ ଠାବ କରାଯାଇଛି। ସେମାନଙ୍କ ପରିଚୟ ମିଳିପାରିନାହିଁ ।

ସମ୍ବନ୍ଧିତ ଖବର