ସୀମାନ୍ତରୁ ୨ ପିଏଲ୍‌ଏଫ୍‌ଆଇ ଗିରଫ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାକୁ ଲାଗିଥିବା ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଇଲାକାରୁ ଖୁଣ୍ଟି ପୁଲିସ ଓ ଏସ୍‌ଏସ୍‌ବି -୨୬ ବାଟାଲିୟନ ମିଳିତ ଚଢ଼ଉ କରି ଦୁଇ ଜଣ ପିଏଲ୍‌ଏଫଆଇ ସଦସ୍ୟଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଜେବିୟର ସରୁକଦ ଓ ବିର୍‌ସା ମୁଣ୍ଡା। ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ମାଓ‌ ପୋଷ୍ଟର, ବାଇକ, ୨୪ ହଜାର ଟଙ୍କା, ଏଟିଏମ୍, ସିମ୍‌ କାର୍ଡ ଓ ମୋବଇଲ ଜବତ ହୋଇଛି। ପିଏଲଏଫଆଇର କେତେଜଣ ସଦସ୍ୟ ଦାଦା ବଟି ଆଦାୟ କରିବାକୁ ଯାଉଥିବା ସ୍ଥାନୀୟ ପୁଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ପୁଲିସ ଓ ଏସ୍‌ଏସ୍‌ବି -୨୬ ବାଟାଲିୟନର ଯବାନମାନେ ନାମାସିଲି-ବୁରସୁଡିହି ରାସ୍ତାରେ ଜେବିୟର୍ ଓ ବିର୍‌ସାଙ୍କ ବାଇକ୍‌କୁ କାବୁ କରିବା ସହ ଦୁହିଁଙ୍କୁ ଗିରଫ କରିଥିଲେ। ସେମାନଙ୍କର ଅନ୍ୟ ଜଣେ ସାଥୀ ସେଠାରୁ ଖସିଯିବାର ସକ୍ଷମ ହୋଇଥିଲେ।‌

ସମ୍ବନ୍ଧିତ ଖବର