ଖଇରା : ବାଲେଶ୍ବର ଜିଲ୍ଲା ଥାନା ଅଧୀନ ଗଣ୍ଡିବେଡ଼ ଦାନ୍ତିଆ ଛକ ନିକଟରେ ପୁଲିସ ଭ୍ୟାନ୍ ଓ ସାଇକେଲ୍ ସହ ଏକ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।
ଖଇରା ଥାନା କର୍ମଚାରୀମାନେ ଆଜି ଗଣ୍ଡିବେଡ଼ ଜଗନ୍ନାଥ ମନ୍ଦିର ବାହୁଡ଼ା ଯାତ୍ରା ଡ୍ୟୁଟି ସାରି ଫେରୁଥିଲେ। ଏହି ସମୟରେ ଦାନ୍ତିଆ ଛକ ନିକଟରେ ଖଇରାରୁ ସୋର ଅଭିମୁଖେ ଯାଉଥିବା ବୋଲେରୋ ଏକ ସାଇକେଲ୍କୁ ଧକ୍କା ଦେଇଥିଲା। ପରେ ବୋଲେରୋଟି ସାମ୍ନା ପଟୁ ଆସୁଥିବା ଏକ ପୁଲିସ ଭ୍ୟାନ୍କୁ ଧକ୍କା ଦେଇଥିଲା। ଫଳରେ ଭ୍ୟାନ୍ରେ ଥିବା ଖଇରା ଥାନାର ଏସ୍ଆଇ ଶ୍ୟାମସୁନ୍ଦର ବିନ୍ଧାଣୀ ଓ ଡ୍ରାଇଭର ଦୁଗୀ ବକ୍ସିଙ୍କ ସହ ଅନ୍ୟ ୨ ଜଣ ମହିଳା କର୍ମଚାରୀ ଏସ୍କେ ରାଉତ ଓ ବବିଲତା ସିଂ ଆହତ ହୋଇଥିଲେ। ସେହିପରି ସାଇକେଲରେ ଥିବା ୨ ଜଣ ଏବଂ ବୋଲେରୋ ଡ୍ରାଇଭର ଦୀପକ ମହନ୍ତ ମଧ୍ୟ ଆହତ ହୋଇଥିଲେ। ତେବେ ଥାନା ଏସ୍ଆଇ ଓ ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ତାନାନ୍ତର କରାଯାଇଛି। ଅନ୍ୟ ୫ ଜଣ ଆହତମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Khaira-f.jpg)