କାଳବୈଶାଖୀ ଯୋଗୁଁ ପାରାଦୀପ ବନ୍ଦରରେ ପିଟିହେଲେ ଦୁଇ ଜାହାଜ

ପାରାଦୀପ : ଆଜି ସଂଧ୍ୟାରେ ହଠାତ୍‌ କାଳବୈଶାଖୀ ଓ ଝଡ଼ତୋଫାନ ହେବା ଫଳରେ ପାରାଦୀପ ବନ୍ଦରରେ ଦୁଇଟି ଜାହାଜ ପରସ୍ପର ମଧ୍ୟରେ ଧକ୍କା ହୋଇଥିବା ସୂଚନା ମିଳିଛି। ବନ୍ଦରରେ ବନ୍ଧା ହୋଇଥିବା ଏକ ପଣ୍ୟବାହୀ ଜାହାଜ ସି’ କ୍ୟୁରେ ଥିବା ଅନ୍ୟଏକ ଜାହାଜ ସହ ପିଟି ହୋଇଛି। ପିଟିହେବା କାରଣରୁ ଦରିଆ ଦେବୀ ଜାହାଜ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଦରିଆ ଦେବୀ ଜାହାଜ ପାରାଦୀପର ଏମ୍‌ପିବି ଜେଟିରେ ବନ୍ଧା ହୋଇଥିଲା। ସଂଧ୍ୟାର ଝଡ଼ତୋଫାନରେ ଏହି ଜାହାଜ ବର୍ଥରୁ ଛିଣ୍ଡିଯାଇ ସି’ କ୍ୟୁ-୨ରେ ଥିବା ନାଭିନ୍‌ ଟୋଣ୍ଟିସେଭେନ୍‌ ଜାହାଜ ସହ ପିଟି ହୋଇଯାଇଥିଲା। ଫଳରେ ଦରିଆଦେବୀ ଜାହାଜ କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧିତ ଖବର