ଜଗାବଳିଆଙ୍କ ପରେ ଦୁଇ ଭଉଣୀ

ନୟାଗଡ଼: କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାବଳିଆ ବେଶ୍‌ କିଛି ଦିନ ହେଲାଣି ଗଣମାଧ୍ୟମର ଶିରୋନାମାରେ ରହିଥିବା ବେଳେ ନୟାଗଡ଼ରେ ବି ଜଣେ ମହିଳା ପେଟ ଓ ଛାତି ଯୋଡ଼ି ହୋଇ ରହିଥିବା ଯମଜ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ସହରରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଆଜି ରାତି ପ୍ରାୟ ୮ଟାରେ ଏହି ଯମଜ କନ୍ୟା ସନ୍ତାନ ଜନ୍ମ ନେବା ପରେ ଏହାକୁ ଦେଖିବାକୁ ବେଶ୍‌ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ଶିଶୁକନ୍ୟାଦ୍ୱୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ କଟକ ଶିଶୁଭବନକୁ ପଠାଇ ଦିଆଯାଇଛି।

ଏହି ଯମଜ କନ୍ୟାଙ୍କ ବାପା ମା’ ହେଲେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଖଳିପାଟଣା ଗାଁର କିଶୋର କୁମାର ଦତ୍ତ ଓ ତାଙ୍କ ସ୍ତ୍ରୀ ସୁମିତ୍ରା(୨୨)। ଅବସ୍ଥା ଭଲ ନଥିବାରୁ ସେମାନଙ୍କୁ କଟକ ଶିଶୁଭବନକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର