ପ୍ରଧାନଶିକ୍ଷକଙ୍କ ମାଡ଼ରେ ୨ ଛାତ୍ରୀ ଗୁରୁତର, ମାଡ଼ ଦେଖି ଅନ୍ୟ ଜଣେ ବେହୋସ୍‌

ବାଲିଗୁଡା: ଫୁଲବାଣୀର ନୂଆଗାଁ(କ) ବ୍ଲକ ଅନ୍ତର୍ଗତ ମାସିଙ୍ଗି ପଞ୍ଚାୟତର ନୋଡାଲ ୟୁପି ସ୍କୁଲ୍‌ର ପ୍ରଧାନ ଶିକ୍ଷକ ହରିଶ୍ଚନ୍ଦ୍ର ସାହୁଙ୍କ ନାମରେ ଦୁଇ ଜଣ ଛାତ୍ରୀଙ୍କୁ ମାଡ଼ମାରି ଗୁରୁତର କରିବା ଅଭିଯୋଗ ଆସିଛି। ସୂଚନା ଅନୁଯାୟୀ, ଶୁକ୍ରବାର ପ୍ରଧାନ ଶିକ୍ଷକ ସପ୍ତମ ଶ୍ରେଣୀର ଛାତ୍ରୀ ଶ୍ରଦ୍ଧାଞ୍ଜଳି ଦଳବେହେରା ଓ ରିହାନା ପ୍ରଧାନଙ୍କୁ ଶ୍ରେଣୀଗୃହରେ କୌଣସି କାରଣରୁ ପିଟି ଥିଲେ ।

 

ଏହି ଘଟଣା ଦେଖି ସେଠାରେ ଉପସ୍ଥିତ ଥିବା ଆଉ ଜଣେ ଛାତ୍ରୀ ଅଷ୍ଟମୀ ନାୟକ ବେହୋସ ହୋଇଯାଇଥିଲେ। ଘଟଣା ଜଣାପଡ଼ିବା ପରେ ମାଡ଼ରେ ଗୁରୁତର ଦୁଇ ଛାତ୍ରୀ ଓ ମୁର୍ଚ୍ଛା ଯାଇଥିବା ଛାତ୍ରୀଙ୍କୁ ଚିକିତ୍ସା ଲାଗି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଦେଖି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର