ଜେସିବି ଧକ୍କାରେ ୨ ଛାତ୍ର ମୃତ

ଫୁଲବାଣୀ/ଖଜୁରୀପଡା : ଫୁଲବାଣୀ-ଖଜୁରୀପଡା ରାସ୍ତା ଜାମୁଝରି ନିକଟରେ ଜେସିବି ଧକ୍କାରେ ୨ ସ୍କୁଲ ଛାତ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗୁଦାରୀ ଖଉମୁଣ୍ଡା ଗାଁ ତଥା ପିରିକୁଡି ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ଚିକୁନ ବେହେରା ଓ ରାଜକିଶୋର କହଁର କମ୍ପ୍ୟୁଟର କ୍ଲାସ ସାରି ଦୁତିପଡାରୁ ସେହି ଗାଁର ରତ୍ନାକର କହଁରଙ୍କ ବାଇକରେ ଘରକୁ ଫେରୁଥିଲେ। ଅପରାହ୍ନ ୪ଟା ସମୟରେ ଜାମୁଝରି ଘାଟି ଛକ ନିକଟରେ ପଛ ପଟୁ ଆସୁଥିବା ଏକ ଜେସିବି ବାଇକକୁ ଧକ୍କା ଦେଇଥିଲା। ଏଥିରେ ଚିକୁନ ଓ ରାଜକିଶୋରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବାଇକ ଆରୋହୀ ରତ୍ନାକର ଏଥିରେ ଗୁରୁତର ଆହତ ହୋଇଥିବାବେଳେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଘଟଣା ପରେ ସେଠାରେ ଉତ୍ତେଜନା ଲାଗି ରହିବା ସହ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଫୁଲବାଣୀ ଉପଜିଲ୍ଲାପାଳ ନିମାଇଚରଣ ସୂତାର, ଖଜୁରୀପଡା ତହସିଲଦାର ଅଭିଜିତା ପରିମିତା, ଏସିଡିପିଓ ସୁରେନ୍ଦ୍ରନାଥ ମୁର୍ମୁ, ଖଜୁରୀପଡା ଥାନାଧିକାରୀ ଅନିତା କିଡୋ ପ୍ରମୁଖ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ରାତି ୧୦ଟା ବେଳକୁ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର