କାର୍ଯ୍ୟରେ ଅବହେଳା ଯୋଗୁଁ କଟକ ଜିଲ୍ଲାର ଦୁଇ ଶିକ୍ଷକଙ୍କ ଦରମା ବନ୍ଦ; ସୁନ୍ଦରଗଡ଼ ଜିଲ୍ଲାରେ କପି କରି ଧରାପଡ଼ିଲେ ୯ ପରୀକ୍ଷାର୍ଥୀ
ଭୁବନେଶ୍ୱର: ଆଜି ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ କଟକ ଜିଲ୍ଲାର ବିଭିନ୍ନ ସ୍କୁଲ୍ ଗସ୍ତ କରି କାର୍ଯ୍ୟରେ ଅବହେଳା କରିଥିବା ଦୁଇଜଣ ଶିକ୍ଷକଙ୍କର ଫେବ୍ରୁଆରି ମାସର ଦରମା ବନ୍ଦ କରାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେମାନେ ହେଉଛନ୍ତି ବାରଙ୍ଗ ଅନ୍ତର୍ଗତ ଅରିଲୋ ସ୍କୁଲର ଶିକ୍ଷକ ଶ୍ରୀରାମ ପରୁଆ ଓ ନଗରୀ ସ୍କୁଲ୍ର ଶିକ୍ଷୟିତ୍ରୀ ଦୀପାଞ୍ଜଳି ସାମନ୍ତରାୟ। ପରବର୍ତ୍ତୀ ଆଦେଶ ନ ମିଳିଲା ଯାଏଁ ସେମାନଙ୍କ ଦରମା ବନ୍ଦ ରହିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ନିର୍ଦେଶ ଦେଇଛନ୍ତି। ମାଇଧରପୁର ସ୍କୁଲ୍ର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ସେ ଚେତାବନୀ ଦେଇଥିବା ଜଣାପଡ଼ିଛି।
ଆଜି ପୂର୍ବାହ୍ନରେ ଗଣଶିକ୍ଷା ମନ୍ତ୍ରୀ ନଖରାସ୍ଥିତ ଲକ୍ଷେଶ୍ୱର ନୋଡାଲ୍ ହାଇସ୍କୁଲ, ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ଗବବସ୍ତ ହାଇସ୍କୁଲ୍, ମାଇଧରପୁର ସରକାରୀ ହାଇସ୍କୁଲ୍ ନଗରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ହଂସପାଳ ସରକାରୀ ହାଇସ୍କୁଲ।
ସେହିଭଳି ମାଟ୍ରିକ୍ ପରୀକ୍ଷାର ଦ୍ୱିତୀୟ ଦିନରେ ସୁନ୍ଦରଗଡ଼ ଜିଲ୍ଲାରେ ୨୭ଟି ପରୀକ୍ଷା କେନ୍ଦ୍ର ଗସ୍ତ କରି ସ୍ପେସାଲ୍ ସ୍କ୍ଵାଡ୍ ୯ଜଣ ପରୀକ୍ଷାର୍ଥୀଙ୍କୁ ମାଲ୍ପ୍ରାକ୍ଟିସ୍ରେ ବୁକ୍ କରିଛନ୍ତି। କପି କରି ଧରାପଡ଼ିଥିବା ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ସହଜବାହାଲ ହାଇସ୍କୁଲର ୨ଜଣ, କୁସୁମଡେଗି ହାଇସ୍କୁଲ୍ର ୩ଜଣ ଏବଂ ଗୁଧିଆଳି ହାଇସ୍କୁଲ୍ର ୪ଜଣ ଛାତ୍ର।