ହାଇୱା-ବାଇକ୍‌ ଧକ୍କା: ୨ ଯୁବକ ମୃତ

ପଟ୍ଟାମୁଣ୍ଡାଇ : କଟକ ଚାନ୍ଦବାଲି ରାସ୍ତାର ୧୪ ନମ୍ବର କେନାଲ ନିକଟରେ ରାସ୍ତାକଡରେ ଠିଆ ହୋଇଥିବା ଏକ ହାଇୱାରେ ପିଟି ହୋଇ ଦୁଇଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଦୁଇ ଜଣ ହେଉଛନ୍ତି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗାଙ୍ଗପଡାର ରଂଜନ ବାରିକ(୩୦) ଓ ରଂଜନ ବେହେରା(୩୨)। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଏହି ଦୁଇ ଜଣ ଯୁବକ କୌଣସି ଏକ କାମରେ ପଟ୍ଟାମୁଣ୍ଡାଇ ବଜାରକୁ ଆସି ଘରକୁ ଫେରୁଥିଲେ। ସଂଧ୍ୟାରେ ରାସ୍ତା ଅନ୍ଧାର ହୋଇ ଯାଇଥିବା ବେଳେ ୧୪ନମ୍ବର କେନାଲ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ହାଇୱା ସହ ପଛ ପଟୁ ପିଟି ହେଇଯାଇଥିଲେ। ସ୍ଥାନୀୟ ଲୋକେ ଏହି ଦୁଇଜଣଙ୍କୁ ମେଡିକାଲ ନେଇଥିଲେ ବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର