କେନ୍ଦ୍ରାପଡ଼ା : ଗୁଳିମାଡ଼ରେ ୨ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପୁଣି ଗୁଳିକାଣ୍ଡ। ଆଜି ରାତିରେ କେନ୍ଦ୍ରାପଡ଼ାରେ ଗୁଳିମାଡ଼ରେ ୨ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସାଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି। କେନ୍ଦ୍ରାପଡ଼ା ସଦରଥାନା କଳପଡ଼ା ବ୍ରିଜ୍‌ ନିକଟରେ ଏହି ଗୁଳିକାଣ୍ଡ ଘଟିଛି। ୩ ଦୃର୍ବୃତ୍ତ ବାଇକ୍‌ରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ଏହି ଗୁଳିମାଡ଼ର କାରଣ ଏପର୍ଯ୍ୟନ୍ତ ଜଣାପଡିନି। ଫେରାର ଦୁର୍ବୃତ୍ତମାନଙ୍କୁ ଧରିବାକୁ ପୁଲିସ ଖାନ୍‌ତଲାସି ଜାରି ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର