ଏପ୍ରିଲ ଶେଷ ସୁଦ୍ଧା ଜୟପୁରରୁ ପୁଣି ଉଡିବ ବିମାନ

କୋରାପୁଟ : ଜୟପୁରରୁ ପୁଣି ଉଡିବ ବିମାନ। ପ୍ରଧାନମନ୍ତ୍ରୀଙ୍କ ଉଡ଼ାନ ଯୋଜନାର ତୃତୀୟ ପର୍ଯ୍ୟାୟରେ ସାମିଲ ହେବାକୁ ଯାଉଛି ଜୟପୁର ଏୟାରପୋର୍ଟ। ଏପ୍ରିଲ ଶେଷ ସୁଦ୍ଧା ଏୟାରଷ୍ଟ୍ରିପ୍‌ କାମ ଶେଷ ହୋଇ ଜିଲ୍ଳାବାସୀଙ୍କୁ ମିଳିବ ଆକାଶରେ ଉଡ଼ିବାର ସୁବିଧା। ଜମି ଅଧିଗ୍ରହଣ କାମ ଶେଷ ହୋଇଥିବା ବେଳେ ଲଙ୍ଗ ଟର୍ମକୁ ଛାଡ଼ି ସର୍ଟ ଟର୍ମରେ ଚାଲିଛି ବିମାନ ବନ୍ଦର କାମ। ଏୟାରପୋର୍ଟର ଲମ୍ବ ୯୧୪ ମିଟର କରାଯାଇଥିବା ବେଳେ ଚଉଡ଼ା ୧୫ ମିଟରରୁ ୨୩ ମିଟର କରାଯାଇଛି। ଯାହାକି ୧୮ ସିଟ୍‌ ବିଶିଷ୍ଟ ବିମାନ ଉଡ଼ାଣ ଓ ଅବତରଣ ପାଇଁ ଉପଯୁକ୍ତ। ପରବର୍ତ୍ତୀ ସମୟରେ ଏହାକୁ ବଢ଼ାଯାଇ ୬୦ ସିଟର ବିମାନ ଉଡ଼ିବା ପାଇଁ କାମ କରାଯିବ।

ଏୟାରଷ୍ଟ୍ରିପର କାମର ସ୍ଥିତି ଯାଞ୍ଚ କରିଛନ୍ତି କୋଲକତା ଏୟାରଷ୍ଟ୍ରିପ ଟ୍ରାଫିକ କଂଟ୍ରୋଲର ଡ଼ିଜିଏମ ଏସ.କେ ବାନାର୍ଜୀ ଓ ସିଭିଲ ଇଜିଂନୟର ସୌରଭ ସୁବୁଦ୍ଧି। ଏମାନେ ଜୟପୁର ଏୟାରଷ୍ଟ୍ରିପରେ ଆବଶ୍ୟକ ଭିତିଭୁମିର ଯାଞ୍ଚ କରିବା ସହ ବିମାନ ଚଳାଚଳ ପାଇଁ ଜରୁରୀ ଯନ୍ତ୍ରପାତି ସଂଯୋଗ ଓ ଅନ୍ୟାନ୍ୟ କାର୍ଯ୍ୟ ଶେଷ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଏୟାରଷ୍ଟ୍ରିପର ଭିତ୍ତିଭୂମିକୁ ଦେଖି ଆକାଶରେ ଉଡିବାର ଆଶାବାନ୍ଧି ବସିଛନ୍ତି ଜିଲ୍ଳାବାସି ଓ ବ୍ୟବସାୟୀ।

ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ଜୟପୁରରେ ୭ କୋଟି ଟଙ୍କା ବିନିମୟରେ ମୋବାଇଲ ଏୟାରଟ୍ରାଫିକ କଂଟ୍ରୋଲ ପ୍ରତିଷ୍ଠା କରାଯିବ। ଯାହାର ଉଚତା ୫୦ ମିଟର ରହିବ, ଖୁବଶ୍ରୀଘ୍ର ଜୟପୁର ଏୟାରଷ୍ଟ୍ରିପ୍ର ସ୍ଥିତି ଯାଂଚ କରିବେ ବିଶେଷଜ୍ଞ ଦଳ।

ସମ୍ବନ୍ଧିତ ଖବର