ଉଖୁଣ୍ଡା ଯୁକ୍ତ ୨ କଲେଜ ଅଧ୍ୟକ୍ଷ ନିଲମ୍ବିତ

କେନ୍ଦୁଝର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ବିରୋଧୀ ଫେସ୍‌ବୁକ ପୋଷ୍ଟ ସେୟାର କରିବା ଉଖୁଣ୍ଡା ଯୁକ୍ତ ୨ କଲେଜ ଅଧ୍ୟକ୍ଷଙ୍କ ପାଇଁ ମହଙ୍ଗା ପଡ଼ିଛି। ଏଥିପାଇଁ କଲେଜ ପରିଚାଳନା କମିଟି ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯିବା ସହ ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର ମହାନ୍ତ ‘ଆଇ ହେଟ୍‌ ନବୀନ ପଟ୍ଟନାୟକ-ବିଜେଡି’ ଫେସ୍‌ବୁକ ପେଜ୍‌କୁ ସେୟାର କରିଥିଲେ। ଏଥିରେ ନବୀନବାବୁ ବିଜୁ ଯୁବ ବାହିନୀକୁ କେରଳ ପଠାଇଲେ ସେଇଠି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରନ୍ତେ’ ବୋଲି ଉଲ୍ଲେଖ ରହିଛି। ଏହି ପରିପ୍ରେକ୍ଷୀରେ ଉଖୁଣ୍ଡା ଯୁକ୍ତ ୨ କଲେଜ ପରିଚାଳନା ସମିତିର ଜରୁରି ବୈଠକ ବସିଥିଲା। ବୈଠକ ପରେ ପାଟଣା ବିଧାୟକ ହୃଷୀକେଶ ନାଏକଙ୍କ ସ୍ୱାକ୍ଷର ଥାଇ ଏହି ନିର୍ଦେଶନାମା ଜାରି କରାଯାଇଛି। ସେଥିରେ ଅଧ୍ୟକ୍ଷ ଶ୍ରୀ ମହାନ୍ତଙ୍କୁ ନିଲମ୍ବନ କରାଯାଇଥିବା ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର