ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା : କୁକୁର ପିଇଲା ମଣିଷ ରକ୍ତ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଆମ୍ବୁଲାନ୍‌ସ ଭିତରେ ପ୍ରସବ କରାଇବା ପରେ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଫାଟକରୁ ଲେବର ରୁମ୍‌କୁ ନେବା ସମୟରେ ରାସ୍ତା ସାରା ପ୍ରସବ ପରବର୍ତୀ ରକ୍ତ ପଡିଥିଲା। କିନ୍ତୁ ଦୀର୍ଘ ସମୟ ଧରି କୌଣସି ଝାଡୁଦାର ଏହାକୁ ସଫା ନକରିବାରୁ ଏହି ରାସ୍ତା ଦେଇ ଯିବା ସମୟରେ ରୋଗୀ ଓ ସଂପର୍କୀୟ ହଇରାଣ ହୋଇଥିଲେ। କିଛି ସମୟ ପରେ ଏହି ରକ୍ତକୁ କୁକୁର ପିଉଥିବା ଦେଖିବାକୁ ମିଳିଥିଲା। ଶେଷରେ ପ୍ରସୂତିଙ୍କ ସଂପର୍କୀୟ ମାନେ ପାଣି ପକାଇ ସଫା କରିଥିଲେ। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଉମରକୋଟ ଅଞ୍ଚଳର ଜନୈକ ମହିଳା ପ୍ରସବ ବେଦନା ଅନୁଭବ କରିବାରୁ ତାଙ୍କୁ ଆମ୍ବୁଲାନ୍‌ସ ଯୋଗେ ଉମରକୋଟ ମେଡିକାଲ ଅଣାଯାଉଥିଲା। ତେବେ ମହିଳା ଜଣକ ଆମ୍ବୁଲାନ୍‌ସ ଭିତରେ ହିଁ ପ୍ରସବ କରିଥିଲେ। ଏହାପରେ ସଂପୃକ୍ତ ମହିଳାଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଲେବର ରୁମ୍‌କୁ ନିଆଯାଇଥିଲା। ଏହି ସମୟରେ ପ୍ରସବ ପରବର୍ତୀ ରକ୍ତ ସ୍ବାସ୍ଥ୍ୟକେନ୍ଦ୍ର ରାସ୍ତାରେ ପଡିଥିଲା। କିନ୍ତୁ ଏହାକୁ ସ୍ବାସ୍ଥ୍ୟକେନ୍ଦ୍ରର କୌଣସି ଝାଡୁଦାର ସଫେଇ କରିନଥିଲେ। ଏଥିଯୋଗୁଁ ଏହି ରାସ୍ତା ଦେଇ ସ୍ବାସ୍ଥ୍ୟକେନ୍ଦ୍ର ଯିବା ସମୟରେ ରୋଗୀ ଓ ସଂପର୍କୀୟ ମାନେ ହଇରାଣ ହୋଇଥିଲେ। ଅନ୍ୟପଟେ ଏହି ରକ୍ତକୁ କୁକୁର ପିଉଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପ୍ରସୂତିଙ୍କ ସଂପର୍କୀୟ ମାନେ ପାଣି ପକାଇ ଏହାକୁ ସଫେଇ କରିଥିଲେ। ବର୍ତମାନ ମହିଳା ଓ ନବଜାତ ଶିଶୁ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର