ସବ୍-ଜେଲ୍‌ରୁ କଏଦୀ ଫେରାର୍

କୋରାପୁଟ : କୋଟପାଡ ସବ୍-ଜେଲରୁ ଜଣେ କଏଦୀ ଫେରାର୍ ହୋଇ ଯାଇଛନ୍ତି। ଫେରାର୍ କଏଦୀ ଜଣଙ୍କ ହେଲେ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଗ୍ରାମର ମୋତିସିଂହ ଚାଲାଣ।

ମୋତି ସିଂହ୍ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ୧୦ବର୍ଷ ପାଇଁ ଜେଲ ଦଣ୍ଡ ଭୋଗୁଥିଲେ। ୨୦୧୨ରୁ ସେ ଜେଲ୍‌ରେ ଥିଲେ। ଆଜି ସକାଳେ ସେ ଅନ୍ୟ ୫ଜଣ ଅନ୍ତେବାସୀଙ୍କ ସହ ଜେଲ୍ ପାଚେରି ବାହାରେ ଥିବା ଫୁଲ ବଗିଚାରେ ପାଣି ଦେଉଥିଲେ। ତେବେ ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ସେଠାରୁ ଚମ୍ପଟ ମାରିଥିଲେ। ପୁଲିସ ୩୦/୨୦୧୯ରେ ଏକ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି। ଅନ୍ୟପକ୍ଷରେ କୋରାପୁଟ ମଣ୍ଡଳ କାରାଗାରର ଅଧୀକ୍ଷକ ବ୍ରହ୍ମାନନ୍ଦ ସାହୁ ଓ ସହକାରୀ ଜେଲର୍ ରଘୁରାମ ମାଝି ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର