ନିଯୁକ୍ତି ମିଳୁ ନ ଥିବାରୁ ପ୍ରତିବାଦ : ଏମ୍ପ୍ଲୟମେଣ୍ଟ୍ ଏକ୍ସଚେଞ୍ଜ୍‌ରେ ତାଲା ପକାଇଲା ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ବର : ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ହେଉଥିବାରୁ ତାହାର ପ୍ରତିବାଦ କରି ବିଜେପି ଆନ୍ଦୋଳନକୁ ଓହ୍ଲାଇଛି। ଆଜି ରାଜ୍ୟର ସବୁ ଜିଲ୍ଲାରେ ଥିବା ଏମ୍ପ୍ଲୟମେଣ୍ଟ୍ ଏକ୍ସଚେଞ୍ଜ୍‌‌ରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ତାଲା ପକାଯାଇ ବି‌େକ୍ଷାଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟର ବେକାର ଯୁବକ, ଯୁବତୀଙ୍କ ପାଇଁ ସରକାର ତୁରନ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ନ କଲେ ଆନ୍ଦୋଳନ ‌େଜାର୍‌ଦାର୍‌ ହେବ ବୋଲି ଚେତାବନୀ ଦିଆଯାଇଛି।

ଭୁବନେଶ୍ବରରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ବରେ ତାଲା ପକାଯିବା ସହ ବି‌େକ୍ଷାଭ ପ୍ରଦର୍ଶନ କରାଯାଇଥିଲା। ‌ଶ୍ରୀ ତ୍ରିପାଠୀ କହିଥିଲେ, ଦୀର୍ଘ ୧୯ ବର୍ଷ ଧରି ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଇଛି। ଓଡ଼ିଶାର ଯୁବକ, ଯୁବତୀମାନଙ୍କୁ ନିଯୁକ୍ତି ନ ଦେଇ ନିଯୁକ୍ତି ମେଳା ନାଁରେ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ ରାଜ୍ୟର ବିକାଶକୁ ନେଇ ଡିଣ୍ଡିମ ପିଟୁଥିଲା ବେଳେ ଅନ୍ୟ ପ‌େଟ ଯୁବକମାନେ କାମ ନ ପାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ବିକାଶ କେବଳ ବଡ଼ ବଡ଼ ବିଜ୍ଞାପନରେ ସୀମିତ ରହିଛି। ୨୦୦୮ ମସିହାରେ ଶିଳ୍ପ ସଂସ୍ଥାଗୁଡ଼ିକରେ ୯୦ ପ୍ରତିଶତ ଅଣକୁଶଳୀ, ୬୦ ପ୍ରତିଶତ ଅର୍ଦ୍ଧ କୁଶଳୀ ଓ ୩୦ ପ୍ରତିଶତ କୁଶଳୀ ପଦବିରେ ସ୍ଥାନୀୟ ଲୋକ ନିଯୁକ୍ତି ପାଇବେ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ରାଜ୍ୟ ସରକାର ଏହାକୁ ଲାଗୁ କରିବାରେ ବିଫଳ ହୋଇଛନ୍ତି। ସେହିପରି ବଡ଼ ବଡ଼ କମ୍ପାନିଗୁଡ଼ିକ ସହ ରାଜ୍ୟ ସରକାର କରିଥିବା ଏମ୍‌ଓୟୁ ମଧ୍ୟ‌େର କେଉଁ ଶିଳ୍ପରେ କେତେ ଜଣ ପିଲାଙ୍କୁ ନିଯୁକ୍ତି ଦିଆଯାଇଛି, ସରକାର ତାହା ସ୍ପଷ୍ଟ କରନ୍ତୁ। ସରକାର ନିଯୁକ୍ତି ମେଳା ନାଁରେ ୪୦ ହଜାର ପିଲାଙ୍କ ଠାରୁ ଶହେ ଟଙ୍କା ଲେଖାଏ ଠକି ନେଇଥିଲେ। କିନ୍ତୁ ଗୋଟିଏ ବି ନିଯୁକ୍ତି ଦେଇ ନ ଥି‌େଲ। କେନ୍ଦ୍ରୀୟ ପିଏସ୍‌ୟୁରେ ଯେଉଁଠି ନିଯୁକ୍ତି ସୁଯୋଗ ରହିଛି, ତାହାକୁ ଭଣ୍ଡୁର କରିବା ପାଇଁ ବି ସରକାର ବାଟ କରୁଛନ୍ତି। ଏମ୍ପ୍ଲୟମେଣ୍ଟ୍ ଏକ୍ସଚେଞ୍ଜ୍‌ରେ କେତେ ଜଣ ପିଲା ନିଜ ନାଁ ପଞ୍ଜୀକରଣ କରିଛନ୍ତି ଓ ଆଉ କେତେ ଜଣଙ୍କୁ ସରକାର ନିଯୁକ୍ତି ‌େଦଇଛନ୍ତି, ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବାକୁ ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି। ଏହି ପ୍ରତିବାଦ ସମୟରେ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବିଶ୍ବରଞ୍ଜନ ବଡ଼ଜେନା, ଅର୍ପିତା ଅପରାଜିତା, ଅଭିଷେକ ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ଜିଲ୍ଲା ସଭାପତି ହରେକୃଷ୍ଟ ଖୁଣ୍ଟିଆ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର