ଭୁବନେଶ୍ୱର: ସହିଦ ନଗରରେ ଟୁରିଷ୍ଟ୍‍ ବସ୍‌ ପୋଡ଼ି

ଭୁବନେଶ୍ୱର: ଗତ ରାତିରେ  ସହିଦ ନଗରରେ  ଜାତୀୟ ରାଜପଥ କଡ଼ରେ ( ବାଣୀବିହାର ଅନ୍ତର୍ଗତ ସତ୍‌ସଙ୍ଗ ବିହାର ବିପରୀତ ପାର୍ଶ୍ବରେ)  ରଖାଯାଇଥିବା ଏକ ଟୁରିଷ୍ଟ୍‍ ବସ୍‌ ଏବଂ ଏକ କ୍ୟାବିନ୍‌ରେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା କୌଣସି ଅଜ୍ଞାତ ଲୋକ ନିଅାଁ ଲଗାଇ ଦେଇଛନ୍ତି।

ଖବର ପାଇ କଳ୍ପନା ଅଞ୍ଚଳରୁ ୨ଟା ଦମକଳ ଆସି ନିଅାଁ ଲିଭାଇ ଥିଲା। ଘଟଣାସ୍ଥଳରେ ସହିଦ ନଗର ପୁଲିସ ମଧ୍ୟ ପହଞ୍ଚି ଥିଲା। ନିଅାଁର ପ୍ରଭାବରେ କ୍ୟାବିନ୍‌ଟି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି।  ପୋଡ଼ି ଛାରଖାର ହୋଇ ଯାଇଥିବା OD33F1810 ନମ୍ବର ବସ୍‌ଟି ସ୍ଥାନୀୟ ବାସିନ୍ଦା ଦେବବ୍ରତ ଦାଶଙ୍କର ବୋଲି ଜଣାପଡ଼ିଛି।  ଓମ୍‌ ଲିଜର୍‌ ହଲିଡେଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ମାଲିକାନାରେ ଥିବା  ଏହି ବସଟି  ଅଫିସ୍ ସମ୍ମୁଖରେ ରଖାଯାଇଥିଲା।

ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି।

ସମ୍ବନ୍ଧିତ ଖବର