କରୋନା ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ବର : କରୋନା ମହାମାରୀକୁ ମୁକାବିଲା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଜ ସାଂସଦ ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପ୍ରଦାନ କରିଛନ୍ତି। ଡାକ୍ତରଖାନା ଆଇସିୟୁ ପାଇଁ ଏକ ଭେଣ୍ଟିଲେଟର, ୧୦୦ଟି ଇନଫ୍ରା-‌ରେଡ୍‌ ଥର୍ମୋମିଟର ସହ ଡାକ୍ତରଖାନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଇବାରେ ଏହି ଅର୍ଥ ବିନିଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର