ଖଡିଆଳରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ

ନାଗରିକତା ସଂଶୋଧନ ଅଧିନିୟମ ସମ୍ପର୍କରେ ଏକ ସଚେତନାତ୍ମକ କର୍ମଶାଳାରେ ଯୋଗଦେଲେ

ଖଡିଆଳ : ନୂଆପଡାକୁ ଦିନିକିଆ ଗସ୍ତରେ ଆସିଥିବା ମତ୍ସ, ପ୍ରାଣୀ ସମ୍ପଦ ତଥା ଏମଏସଏମଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ନୂଆପଡା ଗସ୍ତ କାର୍ଯ୍ୟକ୍ରମ ଶେଷ କରି ଖଡିଆଳରେ ପହଂଚିଥିଲେ। ଖଡିଆଳ ରାଜବାଟିକାସ୍ଥିତ ଶ୍ରୀଜି ମଣ୍ଡପ ପରିସରରେ ନାଗରିକତା ସଂଶୋଧନ ଅଧିନିୟମ ସମ୍ପର୍କରେ ଏକ ସଚେତନାତ୍ମକ କର୍ମଶାଳାରେ ଯୋଗଦେଇଥିଲେ । ଏହି କର୍ମଶାଳାରେ ଜିଲ୍ଲା ସଭାପତି ସୁବ୍ରତ କୁମାର ଠାକୁର ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ପୁର୍ବତନ ଖଡିଆଳ ବିଧାୟକ ହିତେଶ କୁମାର ବଗର୍ତି, ପୁର୍ବତନ ଜିଲ୍ଲା ସଭାପତି ଶିବ ପ୍ରସାଦ ମୁଣ୍ଡ, ନୁଆପଡା ବିଧାନସଭା ପ୍ରାର୍ଥୀ ହୋମ ସିଂ ମାଝୀ, ପୁର୍ବତନ ଜିଲ୍ଲା ସଭାପତି ଅତିନ୍ଦ୍ର ଜିତ ସିଂ, ପୁର୍ବତନ ଜିଲ୍ଲା ସଭାପତି ମନିଜର ଆର୍ଯ୍ୟ, ଖଡିଆଳ ରାଜାସାହେବ ଜିତାମିତ୍ର ପ୍ରସାଦ ସିଂ ଦେଓ, ରାଜ୍ୟ ପରିଷଦ ସଦସ୍ୟ ନିମାଇଁ ଚରଣ ତାଣ୍ଡି ମଂଚାସୀନ ଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ଜନସାଧାରଣଙ୍କୁ ସମ୍ବୋଧନ କରି ଖଡିଆଳ ଏକ ଅବହେଳିତ ଅଂଚଳ ହୋଇଥିବା ବେଳେ ଦେଶକୁ ଖାଦ୍ୟ ଯୋଗାଉଥିବା ବେଳେ ଗୃହପାଳିତ ପ୍ରାଣୀ ମଧ୍ୟ ଖାଦ୍ୟ ଯୋଗାଇ ନିଜେ ଭୋକିଲା ରହୁଛନ୍ତି । ଧନର ଆଭାବୀ ବିକ୍ରିର ସମସ୍ୟା ସାଙ୍ଗକୁ ଉପଯୁକ୍ତ ସମୟରେ ମଣ୍ଡି ଖୋଲିବା ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି ମତବ୍ୟକ୍ତ କରିଥିଲେ । ନାଗରିକ ସଂଶୋଧନ ଅଧିନିୟମ ଆଇନ ଉପରେ ନିଜ ମତ ରଖି ଏହି ଆଇନ ସମସ୍ତଙ୍କୁ ସମାନ ଅଧିକାର ଦେଇଥିବା ଓ କାହାରିକୁ ବାଧା ଦେଉନଥିବା ପ୍ରକାଶ କରିଥିଲେ। ଏ ଅବସରରେ ଖଡିଆଳ ବିକାଶ ମଂଚ ପକ୍ଷରୁ ତପନ, ଅଜିତ ପଣ୍ଡା କଂଟାବାଂଜି ଠାରୁନବରଙ୍ଗପୁର ଭାୟା ଖଡିଆଳକୁ ରେଳପଥ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନଗର ସଭାପତି ବିକାଶ ସିଙ୍ଘଲ, ରିଶିପିଟି ମଣ୍ଡଳ ସଭାପତି ପ୍ରଶାନ୍ତ ଦାଶ, ଇନ୍ଦ୍ରାଦୀ ମଣ୍ଡଳ ସଭାପତି ଗୋପ ବନ୍ଧିଛୋର , ସୁନ୍ଦର ମଣ୍ଡଳ ସଭାପତି ଜନକରାମ ନାଏକ , ଉଦନ୍ତୀ ମଣ୍ଡଳ ସଭାପତି ମାର୍କଣ୍ଡ ଗହୀର, ସମଲେଇ ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ମେହେର, ବୁଢାଦେଓ ସଭାପତି ନରହରି ହଂସ, ସ୍ୱପ୍ନେଶ୍ୱର ମଣ୍ଡଳ ସଭାପତି ରୁଦ୍ର ପଟେଲ, ପାତାଳଗଙ୍ଗା ମଣ୍ଡଳ ସଭାପତି ଗୈାରିଶଙ୍କର ନାଗ, ବରିଷ୍ଠ ନେତା ପୃଥିରାଜ ମହାନ୍ତି, ଆହ୍ୱାନ ଯୋଷୀ, ଅଜୟ ଶେବକ , ରାତ୍ରାନନ୍ଦ ମନହିରା, ହରି ପ୍ରଧାନୀ, ରେମ ସିନ୍ଧୁ ହେର୍ଣ୍ଣା, ମୋହନ ଭୋଇ, କେଶବ ବେହେରା ଏବଂ ସମସ୍ତ ଜିଲ୍ଲା ପ୍ରତିନିଧି, ବୁଦ୍ଧଜୀବୀ, ଶିକ୍ଷାବିତ, ବ୍ୟବସାୟୀ ଉପସ୍ଥିତ ଥିଲେ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଗସ୍ତକୁ ନୁଆପଡା ଦଳିତ ଅଧିକାର ମଂଚ ପକ୍ଷରୁ ଦୃଢ ବିରୋଧ କରାଯାଇଥିଲା । କେନ୍ଦ୍ର ସରକାର ସିଏଏ ଓ ଏନଆରସି ନିୟମ ସଂସଦରେ ପାସ୍ କରିଥିବାରୁ ଏହା ଦେଶ ବିରୋଧି ସମ୍ବିଧାନ ବିରୋଧି କହିବା ସହିତ କେନ୍ଦ୍ର ମନ୍ତ୍ରୀ ଗୋ ବ୍ୟାକ୍‌ ବୋଲି ନାରା ଦେଇ ଥାନାକୁ ଧସେଇ ପଶିଥିଲେ । ଏହାକୁ ନେଇ ଦଳିତ ଅଧିକାର ମଂଚ ସଭାପତି କମଳଚରଣ ତାଣ୍ଡି ସମେତ ୭ ଜଣଙ୍କୁ ଖଡିଆଳ ପୁଲିସ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର