ବୌଦ୍ଧ: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଳ ଥାନାର ରେଙ୍ଗାଲି ପଞ୍ଚାୟତର କମଘାଟ ଗାଁର ତେଲ ନଦୀ ଘାଟରେ ଏକ ଅଜଣା ଶବ ଭାସୁଥିବାର ଦେଖିବାକୁ ମିଳିଛି । ଶବଟି ଗୋଟିଏ କପଡ଼ାରେ ଗୁଡ଼ାଇ ହୋଇଥିବା ଦେଖିବାକୁ ମିଳିଛି ।ଗ୍ରାମବାସୀମାନେ ଏହା ଦେଖି କଣ୍ଟାମାଳ ପୁଲିସକୁ ଖବର ଦେଇଥିଲେ।ତେବେ ଶବଟି କେଉଁ ସ୍ଥାନରୁ ଭାସି ଆସିଛି ଓ କେଉଁ ଅଞ୍ଚଳର କିଛି ସ୍ପଷ୍ଟ ହୋଇନାହିଁ।
ତେବେ ବନ୍ୟା ପାଣିରେ ଉକ୍ତ ଶବଟି ଭାସି ଆସିଥିବାର ଅନୁମାନ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତେଲ ନଦୀରୁ ଅଜଣା ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/Unknown-Deadbody-Found-in-River_Thumbnail.jpg)
