ହାଇକୋର୍ଟରେ ଉନ୍ନତି ଯୋଜନା ମାମଲା : ବନ୍ଦ ଲଫାପାରେ ସରକାର ଦାଖଲ କଲେ ରିପୋର୍ଟ

କଟକ : ସହରାଞ୍ଚଳ ବିକାଶ ନିମନ୍ତେ ଥିବା ସରକାରଙ୍କ ଉନ୍ନତି ଯୋଜନା ଅର୍ଥର ଉପଯୁକ୍ତ ବିନିଯୋଗ ପ୍ରସଂଗକୁ ନେଇ ଦାୟର ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାନି ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଛି। ଜଷ୍ଟିସ ସି.ଆର୍‌.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ବନ୍ଦ ଲଫାପାରେ ଏ ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରାଯାଇଛି। ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ଅଗଷ୍ଟ ୨୭ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ମଧ୍ୟ ଏ ସଂପର୍କରେ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଆବେଦନକାରୀ ଆନନ୍ଦପୁର କାଉନସିଲରଙ୍କ ପକ୍ଷରୁ ଆଇନଜୀବୀ ଅମିତ ପ୍ରସାଦ ବୋଷ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ କର୍ମଚାରୀଙ୍କ ଅଭାବ ନେଇ ଉନ୍ନତି ଯୋଜନା ଅର୍ଥ ସଠିକ ଭାବେ ବିନିଯୋଗ ହୋଇପାରୁନଥିବା ଦର୍ଶାଇ ରାଜ୍ୟର କିଛି ଏନ୍‌ଏସି, ମୁନିସିପାଲିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଛି।

ସମ୍ବନ୍ଧିତ ଖବର