ଉତ୍ତର ଦେଲେନି ମନ୍ତ୍ରୀ, ହଟ୍ଟଗୋଳ କଲା କେଂଗ୍ରସ, ବିଜେପି ବିଧାୟକଙ୍କ କକ୍ଷତ୍ୟାଗ

ସ୍ଥାନ ଜଣାଇଲେ, ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ: ମନ୍ତ୍ରୀ, ତିତଲି କ୍ଷତିଗ୍ରସ୍ତଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୟ ନାହିଁ: ବିେଜଡି

ଭୁବନେଶ୍ବର : ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ କେଉଁଠି ହେବ, ସେକଥା ପଶ୍ଚିମ ଓଡ଼ିଶାର ବିଧାୟକମାେନ ବସିକି ନିଷ୍ପତ୍ତି ନିଅନ୍ତୁ। ଗୋଟିଏ ଦରଖାସ୍ତ ଦିଅନ୍ତୁ। ଏ ନେଇ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଶ୍ଚୟ ନିଆଯିବ।

ଚାଷ ସଂକ୍ରାନ୍ତ ମୁଲତବୀ ପ୍ରସ୍ତାବ ଆେଲାଚନାର ଉତ୍ତର ଦେଇ ଆଜି ଏମିତି ଉତ୍ତର ଦେଇଥିଲେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ। ଏହାବ୍ୟତୀତ ବିେରାଧୀ ଦଳର ଅନ୍ୟ ପ୍ରଶ୍ନର ରୋକ୍‌ଠୋକ ଉତ୍ତର ଦେଇପାରିନଥିଲେ ମନ୍ତ୍ରୀ। ସାର କେଳେଙ୍କାରୀ କଥା ସେ ଅବଗତ ଥିଲେ ବି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି, ଏକଥା ସେ ପରୋକ୍ଷରେ ମାନିଥିେଲ। ଏଥିସହିତ ରାଜ୍ୟ ସରକାରଙ୍କ ସବୁ ଭଲ ଦିଗ ସଂପର୍କରେ ଅବତାରଣା କରିଥିେଲ।

ମନ୍ତ୍ରୀଙ୍କ ଏଭଳି ଉତ୍ତର ଆଜି ବିେରାଧୀଙ୍କୁ କ୍ଷୁବ୍ଧ କରିଛି। ବିେଜପି କକ୍ଷତ୍ୟାଗ କରି ଚାଲିଯାଇଥିବା େବଳେ କେଂଗ୍ରସ ବିଧାୟକମାେନ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ମନ୍ତ୍ରୀ ଓ ସରକାରଙ୍କ ବିେରାଧରେ ନାରାବାଜି କରିଥିେଲ। ଏହାର ସୁେଯାଗରେ ଆେଲାଚନା କାଣ୍ଟଛାଣ୍ଟ କରି ମନ୍ତ୍ରୀ ବସିଯାଇଥିେଲ ଓ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିେଦଇଥିେଲ।

ସରକାରୀ ଦଳ ପକ୍ଷରୁ ଆେଲାଚନା ଆରମ୍ଭ କରି ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଥିେଲ, ଚାଷୀଙ୍କୁ ସରକାର ଗୁରୁତ୍ବ େଦଉଛନ୍ତି େବାଲି ନବ ନିର୍ମାଣ କୃଷକ ସଂଗଠନ ସହ ଆେଲାଚନା କରିବା ଲାଗି ଅର୍ଥମନ୍ତ୍ରୀ େସଠାକୁ ଯାଇଥିଲେ। ସରକାର ଚାଷୀଙ୍କ ପାଇଁ ଚିନ୍ତିତ େବାଲି କୃଷି କ୍ୟାବିେନଟ୍ ଗଠନ କରାଯାଇଛି, ସ୍ବତନ୍ତ୍ର ବଜେଟ୍ ଉପସ୍ଥାପନ କରାଯାଉଛି। ଆଗରୁ କିଏ କରୁନଥିେଲ ତ? କିଏ ବାଧା େଦଇଥିଲା? ତିତଲି ଠାରୁ ମରୁଡି ଯାଏ ଚାଷୀଙ୍କ ପାଖରେ ରାଜ୍ୟ ସରକାର ଅଛନ୍ତି। ଚାଷୀଙ୍କ ଚିକିତ୍ସା ପାଇଁ ମଧ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଇତିମଧ୍ୟରେ ୨୫୬ େକାଟି ୪୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଫସଲ ବୀମା ପ୍ରଦାନରେ କିଛି ବୀମା କଂପାନି ତ୍ରୁଟି କରିଛନ୍ତି। କିନ୍ତୁ ସମସ୍ତେ ଜାଣିବା ଦରକାର କୃଷି ବଜେଟ୍ ବଢି ୪୯୫୫ େକାଟି ଛୁଇଁଲାଣି।

ବିଧାୟିକା ପ୍ରମିଳା ମଲ୍ଲିକ କହିିଥିେଲ, ପ୍ରଧାନମନ୍ତ୍ରୀ କହୁଛନ୍ତି ଗରିବ େଦଖିତ ତ ଓଡ଼ିଶା ଯାଅ। ଯଦି ଏହା ସତ େତବେ ଓଡ଼ିଶା ଚାଷୀଙ୍କ ପାଇଁ କଣ କରିଛନ୍ତି। ୨୯୩୦ ଟଙ୍କା ପ୍ରସ୍ତାବ ଦିଆଗଲା। ଗୃହ କମିଟିକୁ ବି ସମୟ େଦଉନାହାନ୍ତି। ଥଟ୍ଟା ମଜା କରିବାକୁ ସମୟ ପାଉଛନ୍ତି। ଦଳ ପାଇଁ ସମୟ େଦଉଛନ୍ତି। ତିତଲି କ୍ଷୟକ୍ଷତି ଅଞ୍ଚଳର ଚାଷୀଙ୍କୁ ସମବେଦନା ଜଣାଇବା ପାଇଁ ସମୟ ପାଉନାହାନ୍ତି। ରାଜ୍ୟ ସରକାର ଯଦି ସବୁ କରିେବ, େକନ୍ଦ୍ର ସରକାର କାହିଁକି ବାହାବା େନବେ?

ଶ୍ରୀମତୀ ମଲ୍ଲିକ କହିଥିଲେ, େକନ୍ଦ୍ର ସରକାର ଚାଷୀକୁ େପନସନ େଦବା ପାଇଁ ପଦକ୍ଷେପ ନିଅନ୍ତୁ। ଏମିତିରେ ବି ରାଜ୍ୟ ସରକାର ୬୦ ବର୍ଷରୁ ଅଧିକ ବୟସର େଲାକଙ୍କୁ ମଧୁବାବୁ ପେନସନ୍ େଯାଜନାରେ ସାମିଲ କରାଯାଇଛି। େସ ମଧ୍ୟରୁ ୮୦ ଭାଗ େହଉଛନ୍ତି ଚାଷୀ। ରାଜ୍ୟକୁ ବଦନାମ କରିବା ପାଇଁ ଏହା ଏକ ଚାଲ୍ େବାଲି ବିଧାୟିକା କହିଥିଲେ। କେଂଗ୍ରସ ଦଳ ମୁଖ୍ୟ ସଚେତକଙ୍କ ଉେଦ୍ଦଶ୍ୟରେ ପଚାରିଥିେଲ େଯ ବାଳୁଙ୍ଗା ଧାନ କିଏ େସ ଚିହ୍ନନ୍ତି କି? ଆଗକୁ େଭାଟ ଥିବାରୁ ବିେରାଧୀ ଏମିତି କହୁଛନ୍ତି େବାଲି କହି ବିେଜଡି ବିଧାୟକ ପଦ୍ମନାଭ େବହେରା ମତ ରଖିଥିବା େବଳେ ବରଗଡ ବିଧାୟକ େଦବେଶ ଆଚାର୍ଯ୍ୟ ମଧ୍ୟ ଆେଲାଚନାରେ ଭାଗ େନଇଥିେଲ।

ଉଲ୍ଲେଖଯୋଗ୍ୟ, ଆେଲାଚନା ପୂର୍ବରୁ ମନ୍ତ୍ରୀ ପ୍ରାରମ୍ଭିକ ଉତ୍ତର ରଖି କହିଥିେଲ, ଧାନର ସର୍ବନିମ୍ନ ସହାୟକ ମୂ୍ଲ୍ୟ ନିର୍ଧାରଣ ଦାୟିତ୍ବ େକନ୍ଦ୍ର ସରକାରଙ୍କର। ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୨୯୩୦ ଟଙ୍କା କରିବା ଲାଗି େକନ୍ଦ୍ର ସରକାରଙ୍କୁ ଏକାଧିକ ବାର ଅନୁେରାଧ କରାଯାଇଛି। େହଲେ ଚଳିତବର୍ଷ ପାଇଁ େକନ୍ଦ୍ର ସରକାର ଧାନର ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୧୭୫୦ ଟଙ୍କା ନିର୍ଧାରଣ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ େବଳେ ରାଜ୍ୟ ସରକାର ସହାୟତା ପ୍ରଦାନ କରୁଥିବା େବଳେ ମଧୁବାବୁ େପନସନ େଯାଜନାରେ ୬୦ବର୍ଷରୁ ଅଧିକ ବୟସ୍କ େଲାକଙ୍କୁ ୩୦୦ ଟଙ୍କା ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ୫୦୦ ଟଙ୍କା ଦିଆଯାଉଛି। କୃଷି େକ୍ଷତ୍ରରେ ସଫଳତା ପାଇଥିବା ଚାଷୀଙ୍କୁ ସରକାର ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ସମ୍ମାନିତ କରୁଛନ୍ତି। େସହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନାରେ ଚାଷୀଙ୍କୁ ସ୍ବାସ୍ଥ୍ୟ ସୁରକ୍ଷା ପ୍ରଦାନ କରାଯାଉଛି। ଚାଷୀଙ୍କ ସମସ୍ୟା ସଂପର୍କରେ ଆେଲାଚନା ପାଇଁ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିବା ସଂପର୍କରେ ମନ୍ତ୍ରୀ ସୂଚନା େଦଇଥିେଲ ଓ ଏଥିେର େସ ଓ ସମବାୟ ମନ୍ତ୍ରୀ ସଦସ୍ୟ ଥିବା ଅବଗତ କରିଥିେଲ।

ସମ୍ବନ୍ଧିତ ଖବର