ଉଷସୀ ମିଶ୍ରଙ୍କ ପ୍ରତି ଦୁର୍ବ୍ୟବହାର ମାମଲା: ଇନ୍ଦ୍ରମଣି ସାହୁ ଓ ତାଙ୍କ ପୁଅଙ୍କୁ ଗିରଫ କଲା ପୁଲିସ

ଅନୁଗୁଳ: ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ଦେଇଥିବା ଅଭିଯୋଗରେ ଆଜି ଇନ୍ଦ୍ରମଣି ସାହୁ ଓ ତାଙ୍କ ପୁତ୍ର ରୁଜିତ୍‌ ସାହୁଙ୍କୁ ଗିରଫ କରାଯାଇଛି।

ଗତକାଲି ସିନେ କଳାକାର ସଂଘ ତରଫରୁ ପୁଲିସ ଡିଜି ରାଜେନ୍ଦ୍ର ଶର୍ମାଙ୍କୁ ଭେଟିବା ପରେ ସେମାନଙ୍କ ଗିରଫଦାରି ପ୍ରକ୍ରିୟା ତ୍ୱରାନ୍ଵିତ କରାଯାଇଥିଲା। ଆଜି ଅନୁଗୁଳର କୌଣସି ଏକ ସ୍ଥାନରୁ ସେମାନଙ୍କୁ ଗିରଫ କରାଯାଇଛି। ଫେରାର୍‌ ଥିବା ସମୟରେ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ନେଇ ସୁରକ୍ଷା ଦେଉଥିବା ବଳରାମ ପ୍ରସାଦର ଦୁଷ୍ମନ୍ତ ସାହୁ ଏବଂ କଣିହାଁବେଢ଼ାର ସୁଧାଂଶୁ ଶେଖର ନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି। ଇନ୍ଦ୍ରମଣିଙ୍କର ଅନ୍ୟ ଜଣେ ପୁତ୍ର ଅଜିତ୍‌ ଏବେ ମଧ୍ୟ ଫେରାର ଅଛନ୍ତି।

ଗତ ୨୨ ତାରିଖରେ ଉଷସୀ ଏକ ଯାତ୍ରାରେ ଅଭିନୟ କରିବା ପାଇଁ ଡେରଙ୍ଗ ଗାଁ’କୁ କାର୍‌ରେ ଯାଉଥବାବେଳେ ଇନ୍ଦ୍ରମଣି ସାହୁଙ୍କ ସହ ତାଙ୍କର ବିବାଦ ହୋଇଥିଲା। ସାମାଜିକ ଗଣମାଧ୍ୟମରେ ଘଟଣା ପୋଷ୍ଟ୍‌ କରିବା ପରେ ଉଷସୀ କଣିହାଁ ଥାନାରେ ଇନ୍ଦ୍ରମଣି ଏବଂ ତାଙ୍କ ଦୁଇ ପୁଅଙ୍କ ବିରୋଧରେ ଏତଲା ଦେଇଥିଲେ।

ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର