ଭୁବନେଶ୍ୱର : ଝାରପଡ଼ା ଜେଲରେ ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଝାରପଡ଼ାସ୍ଥିତ ସ୍ୱତନ୍ତ୍ର କାରାଗାର। ଏହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ମାତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଥିବା ତ୍ରୁଟି ଆଜି ଧରାପଡ଼ିଛି। ଆଜି ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଜେଲ ପରିସରରୁ ଉଦ୍ଧାର ହୋଇଛି। ତାଙ୍କ ନାମ ଜିତେନ୍ଦ୍ର ବିଶ୍ୱାଳ। ତେବେ କେଉଁ ପରସ୍ଥିତିରେ ଜିତେନ୍ଦ୍ରଙ୍କର ମୃତ୍ୟୁ ଘଟିଲା ତାକୁ ନେଇ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି।

ସୂଚନା ଯୋଗ୍ୟ ଯେ ଜିତେନ୍ଦ୍ର ବିଶ୍ୱାଳ ଗତ କିଛି ଦିନ ହେବ ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀ ଭାବେ ରହୁଥିଲେ। l ସେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇ ବିଚାରାଧୀନ କଏଦୀ ଭାବେ ଜେଲରେ ରହୁଥିଲେ। ଆଜି ଭୋରରୁ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଜେଲର ଅନ୍ୟ କଏଦୀମାନେ ଦେଖି ଜେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଖବର ପାଇ ଜେଲ କର୍ତ୍ତୃପକ୍ଷ ଓ୍ଵାର୍ଡ ଭିତରକୁ ଯାଇ ଶ୍ରୀ ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତଦେହକୁ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର