ସୁରକ୍ଷା ଆଇନ୍ ଓ ଭତ୍ତା ଦାବିରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବିକ୍ଷୋଭ

ପୁରୁଣା ଭୁବନେଶ୍ବର : ମହାରାଷ୍ଟ୍ର ଢାଞ୍ଚାରେ ସାମ୍ବାଦିକଙ୍କ ସୁରକ୍ଷା ଆଇନ ପ୍ରଣୟନ କରିବା ସହ ଅନ୍ୟାନ୍ୟ ରାଜ୍ୟ ପରି ଓଡ଼ିଶାର ସାମ୍ବାଦିକମାନଙ୍କୁ ଭତ୍ତା ପ୍ରଦାନ ଦାବିରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଗାନ୍ଧୀମାର୍ଗଠାରେ ଏକ ଦିବସୀୟ ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଧାରଣାରେ ବସିଥିବା ସାମ୍ବାଦିକମାନେ କହିଥିଲେ, ସୁସ୍ଥ ଗଣତନ୍ତ୍ର ପାଇଁ ମୁକ୍ତ ସାମ୍ବାଦିକତା ଅପରିହାର୍ଯ୍ୟ ଥିବାବେଳେ ସାମ୍ବାଦିକମାନଙ୍କ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିରବତା ଦୁର୍ଭାଗ୍ୟଜନକ। ଏହି ଧାରଣା ଓ ବିକ୍ଷୋଭରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୫ଶହରୁ ଊର୍ଧ୍ବ କାର୍ଯ୍ୟରତ ସାମ୍ବାଦିକ ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମରେ ପୌ‌େରାହିତ୍ୟ କରି ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର କହିଥିଲେ, ଦାବି ପୂରଣ ନହେଲେ ଆନ୍ଦେଳାନକୁ ବ୍ୟାପକ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ଲିଙ୍ଗରାଜ ସାହୁ, ବରିଷ୍ଠ ସାମ୍ବାଦିକ ଚିତ୍ତ ମହାପାତ୍ର, ଜାତୀୟ ପରିଷଦ ସଦସ୍ୟ ନୃସିଂହ ନାରାୟଣ ଦାସ, ନୟାଗଡ଼ ଜିଲ୍ଲା ସଭାପତି ଖଟେଇ, ଭଦ୍ରକ ଜିଲ୍ଲା ସଭାପତି ରବିନାରାୟଣ ଖିଲାର, ଖୋର୍ଦ୍ଧା ସଭାପତି ପ୍ରଭାତ କୁମାର ମିଶ୍ର, ପୁରୀ ସଭାପତି ବିଶ୍ୱଜିତ ପଟ୍ଟନାୟକ, କଟକ ସଭାପତି ସତ୍ୟବ୍ରତ ଦାସ, ଜଗତସିଂହପୁର ସଭାପତି ରାଧାକାନ୍ତ ମିଶ୍ର, କଳିଙ୍ଗ ସାମ୍ବାଦିକ ସଂଘର ଉପସଭାପତି ନିରଞ୍ଜନ ରେଡ୍ଡି, ଗଞ୍ଜାମ ସଭାପତି ଅନିଲ ପଟ୍ଟନାୟକ, ରାୟଗଡ଼ା ସଂପାଦକ ସୁବାସ ଦାସ, ଯାଜପୁର ସଭାପତି ହରିହର ସ୍ୱାଇଁ, ମୟୂରଭଂଜ ସଭାପତି ନିଗମାନନ୍ଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ପପୁ ମହାନ୍ତି, ମୟୂରଭଞ୍ଜ ଜିଲ୍ଲ ସଭାପତି ସରୋଜ କୁମାର ଦାସ, ରାଜ୍ୟ ସଂଯୋଜକ ମଦନ ପାଣି, ବାଲିପାଟଣା ପ୍ରେସ୍ କ୍ଲବର ସମ୍ପାଦକ ସୁରେଶ ସ୍ୱାଇଁ, ନାରାୟଣ ଓଝା ପ୍ରମୁଖ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର