ଉତ୍କଳ ବିଶ୍ୱବିଦ୍ୟାଳୟ +୩ ପରୀକ୍ଷା ଫଳ ପ୍ରକାଶିତ : କଳାରେ ୯୦%, ବିଜ୍ଞାନରେ ୯୫%, ବାଣିଜ୍ୟରେ ୮୮% ପାସ୍‌

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସମସ୍ତ ସରକାରୀ ଓ ବେସରକାରୀ କଲେଜର +୩ ଶେଷ ବର୍ଷ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ କଳାରେ ପାସ୍‌ ହାର ୯୦% ଥିବାବେଳେ ବିଜ୍ଞାନରେ ୯୫% ଏବଂ ବାଣିଜ୍ୟରେ ୮୮% ରହିଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ www.uuems.inରେ ଦେଖିପାରିବେ।

ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁଯାୟୀ, କଳାରେ ୩୪,୩୦୫ଜଣ ପରୀକ୍ଷା ଦେଇଥିବାବେଳେ ଏଥିରୁ ୧୭,୮୬୫ଜଣଙ୍କର ପ୍ରଥମ/ଦ୍ୱିତୀୟ ବର୍ଷରେ ବ୍ୟାକ୍‌ ଯୋଗୁଁ ରେଜଲ୍ଟ ପ୍ରକାଶ ପାଇନି। ବ୍ୟାକ୍‌ ନଥିବା ୧୬,୪୪୦ଜଣ ପରୀକ୍ଷା ଦେଇଥିବାବେଳେ ୧୪,୭୯୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ସମ୍ମାନରେ ୧୫,୧୮୦ ଜଣ ପରୀକ୍ଷା ଦେଇଥିବାବେଳେ ଏଥିରୁ ୮,୩୨୧ଜଣଙ୍କର ବ୍ୟାକ୍‌ ଯୋଗୁଁ ରେଜଲ୍ଟ ପ୍ରକାଶ ପାଇନି। ୬,୮୫୯ଜଣ ବ୍ୟାକ୍‌ ନଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୬,୪୦୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ସମ୍ମାନରେ ପାସ୍‌ ହାର ୯୩% ରହିଛି। ପ୍ରଥମ ଶ୍ରେଣୀ ଡିଷ୍ଟିଙ୍କସନ୍‌ରେ ୧୯୩୪ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ କଳା ପାସ୍‌ରେ ୨୧୦୨ଜଣ ଡିଷ୍ଟିଙ୍କସନ୍‌ ପାଇଛନ୍ତି।

ସେହିପରି ବିଜ୍ଞାନରେ ମୋଟ୍‌ ୧୧,୭୫୯ଜଣ ପରୀକ୍ଷା ଦେଇଥିବାବେଳେ ୭,୨୨୫ଜଣଙ୍କର ପ୍ରଥମ/ଦ୍ୱିତୀୟ ବର୍ଷରେ ବ୍ୟାକ୍‌ ଯୋଗୁଁ ରେଜଲ୍ଟ ପ୍ରକାଶ ପାଇନି। ୪୫୩୪ ବିନା ବ୍ୟାକ୍‌ରେ ପରୀକ୍ଷା ଦେଇଥିବାବେଳେ ୪୨୯୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ ହାର ୯୫% ରହିଛି। ବିଜ୍ଞାନ ସମ୍ମାନରେ ପାସ୍‌ ହାର ୯୬% ଥିବାବେଳେ ବିଜ୍ଞାନ ପାସ୍‌ରେ ପାସ୍‌ ହାର ୯୩% ରହିଛି। ୧୫୭୨ ଜଣ ବିଜ୍ଞାନ ସମ୍ମାନରେ ପ୍ରଥମ ଶ୍ରେଣୀ ଡିଷ୍ଟିଙ୍କସନ୍‌ରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପ୍ରଥମ ଶ୍ରେଣୀରେ ୩୮୨ଜଣ, ୩୧ଜଣ ଦ୍ୱିତୀୟ ଶ୍ରେଣୀ ଡିଷ୍ଟିଙ୍କସନ୍‌ରେ ୬୮ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବିଜ୍ଞାନ ପାସ୍‌ରେ ୧୪୪୬ଜଣ ଡିଷ୍ଟିଙ୍କସନ୍‌ ପାଇଥିବାବେଳେ ୭୯୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

ବାଣିଜ୍ୟରେ ୬,୧୦୦ଜଣ ପରୀକ୍ଷା ଦେଇଥିବାବେଳେ ୩,୫୦୩ଜଣଙ୍କର ପ୍ରଥମ/ଦ୍ୱିତୀୟ ବର୍ଷରେ ବ୍ୟାକ୍‌ ଯୋଗୁଁ ରେଜଲ୍ଟ ପ୍ରକାଶ ପାଇନି। ୧୯୪୬ଜଣ ବିନା ବ୍ୟାକ୍‌ରେ ପରୀକ୍ଷା ଦେଇଥିବାବେଳେ ୧୭୨୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ୍‌ ପାସ୍‌ ହାର ୮୮% ରହିଛି। ବାଣିଜ୍ୟ ସମ୍ମାନରେ ପାସ୍‌ ହାର ୯୪% ଥିବାବେଳେ ବାଣିଜ୍ୟ ପାସ୍‌ରେ ପାସ୍‌ ହାର ୮୦% ରହିଛି। ବାଣିଜ୍ୟ ସମ୍ମାନରେ ୩୯୪ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିଙ୍କସନ୍‌ରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୧୧୪ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୫୨ଜଣ ଦ୍ୱିତୀୟ ଶ୍ରେଣୀ ଡିଷ୍ଟିଙ୍କସନ୍‌ରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୪୦୭ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟ ପାସ୍‌ରେ ୧୦୮ଜଣ ଡିଷ୍ଟିଙ୍କସନ୍‌ ପାଇଥିବାବେଳେ ୫୧୫ଜଣ ପାସ୍‌ ହୋଇଛନ୍ତି।

ସମ୍ବନ୍ଧିତ ଖବର