ସଂସ୍କୃତି ବିଶ୍ୱବିଦ୍ୟାଳୟର ଏମ୍‌ଭିଏ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିିତ ସ୍ନାତକୋତ୍ତର ଦୃଶ୍ୟକଳା(ଏମ୍‌ଭିଏ) ୨ୟ ଓ ଓ ୪ର୍ଥ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗ ଓ ବାଲେଶ୍ୱରସ୍ଥିତ ଚାରୁ ଓ କାରୁକଳା କଲେଜର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ବିଭାଗରେ ପରୀକ୍ଷା ଦେଇଥିବା ୪୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୯୩.୩% ରହିଛି। ବାଲେଶ୍ୱର ଚାରୁ ଓ କାରୁକଳା କଲେଜରେ ପରୀକ୍ଷା ଦେଇଥିବା ୨୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୯୬.୩% ରହିଛି। ୪ର୍ଥ ସେମିଷ୍ଟାର ପରୀକ୍ଷାରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ବିଭାଗରେ ପରୀକ୍ଷା ଦେଇଥିବା ୫୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୮୩.୭% ରହିଛି। ବାଲେଶ୍ୱର ଚାରୁ ଓ କାରୁକଳା କଲେଜର ୨୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୭.୫% ରହିଛି। ବିଶ୍ୱବିଦ୍ୟାଳୟ େଓ୍ଵବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର