ଜାରି ହେଲା ଏନ୍‌ଆର୍‌ସି ତାଲିକା : ଓଡ଼ିଶାରୁ କେବଳ ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କ ପାଇଁ ଅନଲାଇନ ରିଫ୍ରେସର କୋର୍ସର ଘୋଷଣା ହୋଇଛି। ଏଥିରେ ଦେଶର ୭୫ଟି ଏନ୍‌ଆରସି ବା ନାସନାଲ ରିସୋର୍ସ ସେଣ୍ଟର ରହିଛି। ଓଡ଼ିଶାରୁ କେବଳ ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଭାଗ ରହିଛି। ‘ସ୍ୱୟମ୍‌’ ଜରିଆରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ।

ଏହି କାର୍ଯ୍ୟକ୍ରମ ଜରିଆରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଅନଲାଇନ ରିଫ୍ରେସର କୋର୍ସରେ ନିଜକୁ ସାମିଲ କରିପାରିବେ। ପ୍ରତିବର୍ଷ ୧ଅକ୍ଟୋବରରେ ‘ସ୍ୱୟମ୍‌’ରେ ସମସ୍ତ ଟ୍ରେନିଂ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଉପଲବ୍ଧ ହେବ। ପରବର୍ତୀ ଜାନୁଆରି ମାସରେ ମଧ୍ୟ ଏହା ପୁନର୍ବାର ଏହି କୋର୍ସ ମିଳିପାରିବ। ଚଳିତବର୍ଷ ଡିସେମ୍ବର ୩୧ତାରିଖ ସୁଦ୍ଧା ଏନ୍‌ଆରସି ପକ୍ଷରୁ ସମସ୍ତ ଶିକ୍ଷକଙ୍କ ତାଲିକ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର