ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ସଦର ମହକୁମାରେ ଥିବା ସିଦ୍ଧେଶ୍ୱରୀ ପବ୍ଲିକ୍ ସ୍କୁଲର ଅଢେଇ ଶହରୁ ଊର୍ଦ୍ଧ୍ୱ କୁନିକୁନି ଶିଶୁମାନଙ୍କୁ ନେଇ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନିସାର ଫାର୍ମ ଠାରେ ସ୍କୁଲର ପ୍ରିନସିପାଲ୍ ସସ୍ମିତା ବିଶ୍ୱାଳଙ୍କ ନେତୃତ୍ୱରେ ଛୋଟ ଛୋଟ ଶିଶୁମାନେ ପହଞ୍ଚି ଥିବା ବେଳେ ସେମାନଙ୍କୁ ସେଠାରେ ବିଭିନ୍ନ ପ୍ରକାର ଖେଳ କୁଦରେ ସାମିଲ୍ କରାଯିବା ସହ ପ୍ରକୃତିର ବଣ ଜଙ୍ଗଲକୁ ନେଇ ସୌମ୍ୟକ ସୂଚନା ପ୍ରଦାନ କରିଥିଲ। ୪୦ ଏକର ପରମିତ ଜମିରେ ଫାର୍ମ ହାଉସ ହୋଇଥିବା ବେଳେ ସେଠାରେ ଅନେକ ପ୍ରକାର ବୃକ୍ଷଲତା ସହ ବିଭିନ୍ନ ପ୍ରକାର ଫଳ, ପୁଷ୍ପ ବୃକ୍ଷ ରହିଛି। ଛୋଟ ଛୋଟ ଶିଶୁମାନଙ୍କୁ ସମସ୍ତ ପ୍ରକାର ବୃକ୍ଷ ଉପରେ ବିଦ୍ୟାଳୟର କର୍ମଚାରୀମାନେ ବୁଝାଇବା ସହ ବୃକ୍ଷର ଆବଶ୍ୟକତା ଉପରେ କୁହାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ନେଇ ଏକ ଭୋଜିଭାତର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟତ୍ରୀ ଶୁଭସ୍ମିତା ପଣ୍ଡା,ସକୁନ୍ତଳା ଷଢଙ୍ଗି,ମଧୂସ୍ମିତା ଗରଡା,ପ୍ରିୟଙ୍କା ବିଷୋଇଙ୍କ ସମେତ ସ୍ମୁତି ରଞ୍ଜନ ପଣ୍ଡା ଓ ଆଶିଷ୍ ମଲ୍ଲିକଙ୍କ ସମେତ ସ୍କୁଲର କର୍ମଚାରୀମାନେ ସହଯୋଗ କରିଥିଲ। ବର୍ଷକୁ ଥରେ ଛୋଟ ଛୋଟ କୁନି କୁନି ଶିଶୁମାନଙ୍କୁ ସାଧାରଣଜ୍ଞାନ ଆହରଣ ସହ ବ୍ୟସ୍ତତା ଜୀବନରେ ଏକକାର ହେବା ହିଁ ବନମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରିନିସିପାଲ୍ ଶ୍ରୀମତୀ ବିଶ୍ୱାଳ ପ୍ରକାଶ କରିଥିଲ।
ଲକ୍ଷ୍ମୀପୁରରେ କୁନିକୁନି ଶିଶୁମାନଙ୍କୁ ନେଇ ବନବିହାର କାର୍ଯ୍ୟକ୍ରମ
/sambad/media/post_attachments/wp-content/uploads/2020/01/children.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)