ମହିଳା ସଶକ୍ତୀକରଣ : ବେଦାନ୍ତର ଅଗ୍ନିବାହିନୀ

ସମ୍ବଲପୁର : ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଲିମିଟେଡ ପକ୍ଷରୁ ମହିଳା ସଶକ୍ତୀକରଣ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। ଅଗ୍ନି ନିରାପତ୍ତା କ୍ଷେତ୍ରରେ ମହିଳାଙ୍କୁ ସାମିଲ କରିବା ତଥା ସଚେତନ କରାଇବା ପାଇଁ ‘ଅଗ୍ନି ବାହିନୀ’ ନାମକ ଏକ ପ୍ରକଳ୍ପ ଆରମ୍ଭ କରାଯାଇଛି। ବର୍ଦ୍ଧିତ ଅଗ୍ନି ଜନିତ ଦୁର୍ଘଟଣାର ମାତ୍ରାକୁ ଆଖି ଆଗରେ ରଖି ନିରାପତ୍ତା ପାଇଁ ସମସ୍ତଙ୍କୁ ସେଚତନ କରାଇବାକୁ ଉଦ୍ଦିଷ୍ଟ ଏହି ପ୍ରକଳ୍ପ ଆରମ୍ଭ ହେବାର ମାତ୍ର ବର୍ଷକ ମଧ୍ୟରେ ଅଗ୍ନିବାହିନୀରେ ‌ସାମିଲ ହୋଇପାରିଛନ୍ତି ୨ଟି ବ୍ୟାଚର ୪୬ ଜଣ ମହିଳା। ପ୍ରତିବର୍ଷ ଏପ୍ରିଲରୁ ସେପ୍ଟେମ୍ବର ଓ ଅକ୍ଟୋବରରୁ ମାର୍ଚ୍ଚ ୨ଟି ବ୍ୟାଚରେ ମହିଳାଙ୍କୁ ଅଗ୍ନି ନିରାପତ୍ତରା ନେଇ ତାଲିମ୍‌ ପ୍ରଦାନ କରାଯାଉଛି। ବର୍ତ୍ତମାନ ବେଦାନ୍ତ ଅଗ୍ନିବାହିନୀର ତୃତୀୟ ବ୍ୟାଚକୁ ତାଲିମ୍‌ ପ୍ରଦାନ କରିବାକୁ ଯାଉଛି। ଅଗ୍ନି ନିରାପତ୍ତା ସଂସ୍କୃତିରେ ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ବେଦାନ୍ତର ଅଗ୍ନିଶମ ସୁରକ୍ଷା ଅଧିକାରୀ ଗଙ୍ଗଦୀପ ଓଝା। ସେପଟେ, ଅଗ୍ନିବାହିନୀ ସଦସ୍ୟ ଆରତୀ ସେଘଲ କହିଛନ୍ତି ଯେ ‘ବେଦାନ୍ତ ଏଭଳି ଏକ ସୁଯୋଗ ଦେଇଥିବାରୁ ଅଗ୍ନିବାହିନୀ ସଦସ୍ୟ ଭ‌ାବେ ନିଜକୁ ଗର୍ବିତ ଅନୁଭବ କରୁଛି।

ସମ୍ବନ୍ଧିତ ଖବର