ପ୍ରଥମ ଶ୍ରେଣୀ ପାହ୍ୟା ଦରମା ଦାବି : ମନ୍ତ୍ରୀଙ୍କୁ ଭେଟିଲେ ପ୍ରାଣୀ ଚିକିତ୍ସକ

ଭୁବନେଶ୍ୱର : ବିଭିନ୍ନ ଦାବି ନେଇ ଓଡ଼ିଶା ପ୍ରାଣୀ ଚିକିତ୍ସା ମହାସଂଘ କୃଷି ଓ ପଶୁ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଭେଟିଛି। ପ୍ରାଣୀ ଚିକିତ୍ସକମାନଙ୍କୁ ଡାକ୍ତରଙ୍କ ଭଳି ପ୍ରଥମ ଶ୍ରେଣୀ ପାହ୍ୟାରେ ଦରମା ପ୍ରଦାନ କରିବା ସହ ପ୍ରାଣୀ ଚିକିତ୍ସକ ଓ ଭେଷଜ ଚିକିତ୍ସକମାନଙ୍କ ମଧ୍ୟରେ ଥିବା ଦରମା ଅସଙ୍ଗତି ଦୂର କରିବାକୁ ସଂଘ ମନ୍ତ୍ରୀଙ୍କ ନିକଟରେ ଦାବି ରଖିଛି। ଏହି ଦାବିଗୁଡ଼ିକର ତର୍ଜମା କରାଯିବା ସହ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ପ୍ରତିଶ୍ରୁତି ଦେଇଥିବା ସଂଘର ସାଧାରଣ ସମ୍ପାଦକ ଡା. ମୁକ୍ତିକାନ୍ତ ଭୂୟାଁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦେଶର ୨୪ଟି ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ପ୍ରଥମ ଶ୍ରେଣୀ ପାହ୍ୟାରେ ଦରମା ପାଉଛନ୍ତି। ହେଲେ, ଓଡ଼ିଶା ସରକାର ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ବାରମ୍ବାର ନିବେଦନ ସତ୍ତ୍ୱେ ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରାଯାଉ ନାହିଁ ବୋଲି ଶ୍ରୀ ଭୂୟାଁ କହିଛନ୍ତି।

ସମ୍ବନ୍ଧିତ ଖବର